April 24, 2026

ଗଜପତି: “ଆକାଂକ୍ଷା” ମହିଳା ସଂଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ…

wommm
Share

ପାରଳାଖେମୁଣ୍ଡି ସହର’ରେ ଥିବା ଅଗ୍ରଣୀ ମହିଳା ସଂଗଠନ ‘ଆକାଂକ୍ଷା’ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କାର୍ଯ୍ୟକ୍ରମ ସଂଗଠନ’ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଗଜପତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜ’ରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ , ମହିଳା ମାନେ କୌଣସି କ୍ଷେତ୍ରରେ ହେଲେ କମ ନୁହନ୍ତି ଯାହାକି ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଭୂମିକା ଓ ଦକ୍ଷତା ପ୍ରତିପାଦନ ସହ ସକ୍ଷମ ହୋଇ ପାରୁଛନ୍ତି ବୋଲି କହି ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ଦିଗରେ ମହିଳା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥାପନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଯୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମି ନାୟକ , ସଂଗଠନ’ର ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର ଏବଂ ଶ୍ରୀମତୀ ସ୍ଵର୍ଣ୍ଣଲତା ପାଠୀ’ଙ୍କ ସମେତ ସଂଗଠନ’ର ସମ୍ପାଦିକା ଶ୍ରୀମତୀ ମୀନା ଟହଲ ପ୍ରମୁଖ ମଞ୍ଚାସିନ ରହି ମହିଳା ଦିବସ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ସମାଜ’ରେ ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ବନ୍ଦ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।
ଏହି ଅବସର’ରେ ସମ୍ଭର୍ଦ୍ଧିତ ପ୍ରତିଭା ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବି: କୋମଲାଙ୍ଗି , ଭକ୍ତି ସଙ୍ଗୀତ ସଂସଦ’- ସଙ୍ଗୀତ ବିଦ୍ୟାଳୟ’ର ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଏବଂ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ’ର ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ’ ପ୍ରମୁଖ’ଙ୍କୁ ‘ଆକାଂକ୍ଷା’ ସମ୍ମାନ’ରେ ସମ୍ମାନିତ କରା ଯାଇଥିଲା ।ସର୍ବଶେଷରେ ଶ୍ରୀମତୀ ସୁନିତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)