April 27, 2026

ସାରଳା ଘଣ୍ଟବାଦ୍ୟ ରେ ପ୍ରକମ୍ପିତ ହେଲା ରାଜସ୍ଥାନ ର ଠାକୁର ପ୍ରତିଷ୍ଠା ମହୋତ୍ସବ

IMG-20260208-WA0038
Share

ତିର୍ତ୍ତୋଲ ତା 7/2/2026 ଦିନକୁ ଦିନ ଝଙ୍କଡ଼ ସାରଳା ପୀଠର ଘଟନୃତ୍ୟ ଓ ଘଣ୍ଟବାଦ୍ୟର ଚାହିଦା ଜାତୀୟସ୍ତରରେ ବୃଦ୍ଧିପାଉଥିବାବେଳେ, ଗତ ଶନିବାରଦିନ, ପୂର୍ବାହ୍ନରେ ସୀମାନ୍ତ ରାଜସ୍ଥାନ ପ୍ରଦେଶ ର ଯୋଧପୁର ସ୍ଥିତ ଗାନ୍ଧୀମଇଦାନ ପାର୍ଶ୍ୱରେ ପୂଜ୍ୟ ଗୁରୁଜୀ ରାଧାକୃଷ୍ଣଜୀ ମହାରାଜ ଙ୍କ ପ୍ରତକ୍ଷ୍ ତତ୍ୱାବଧାନ ରେ ଶ୍ରୀ ଶ୍ରୀ ରାଧାଗୋପାଳ କୁଞ୍ଜ ପଧାରବନୀ ମହୋତ୍ସବ ଓ ଶ୍ରୀ ଜୀଉ ଙ୍କର ଭବ୍ୟ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଗୁରୁଜୀ ଙ୍କ ଆଶ୍ରିତ ସେବିକା ଅନୁସୂୟା ଦାସ ଙ୍କ ଆମନ୍ତ୍ରଣ କ୍ରମେ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନରାଜ୍ୟର କଳାକାର ମାନଙ୍କ ଦ୍ୱାରା, ଜୁନାଖେଡାପତି ବାଲାଜୀ ମନ୍ଦିରରୁ ଏକ ବିଶାଳ ବର୍ଣ୍ଣl ଢ୍ୟ ଶୋଭାଯାତ୍ରା ଠାରୁ ବାହାରି ଗାନ୍ଧୀମଇଦାନ ପର୍ଯ୍ୟନ୍ତ ଯାତ୍ରା କରିଥିଲା l ବିଶେଷକରି, ଜଗତସିଂହପୁର ଜିଲ୍ଲା, ଝଙ୍କଡ଼ ସାରଳାପୀଠ ରୁ ଯାଇଥିବା ପଚାଶଜଣ ସେବାୟତ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଘଣ୍ଟବାଦ୍ୟ ଘୋରଘର୍ଘର ଧ୍ଵନି ରେ ଯୋଧପୁର ର ରାଜରାସ୍ତା ପ୍ରକମ୍ପିତ ହୋଇଉଠିଥିଲା l ରାସ୍ତାର ଉଭୟପାର୍ଶ୍ଵରେ ସହସ୍ରାଧିକ ନରନାରୀ ପୁଷ୍ପ ଓ ଅର୍ଘ୍ୟ ଅର୍ପଣ କରି ଶୋଭାଯାତ୍ରା କୁ ସ୍ୱାଗତ କରିଥିବା ବେଳେ, ଶଗଡ଼ ଉପରେ ନିର୍ମିତ ବିମାନ ଉପରେ ଶ୍ରୀ ଜୀଉଙ୍କ ଦିବ୍ୟପ୍ରତିମା ଓ ଗୁରୁ ରାଧାକୃଷ୍ଣଜୀ ମହାରାଜ ଙ୍କୁ ମଧ୍ୟ ସ୍ୱାଗତ କରିଥିବାର, ଦେଖିବାକୁ ମିଳିଥିଲା l ଅନୁରୂପ ଭାବରେ ମଧ୍ୟ ଦୁଇଦିନ ଧରି ଆଧ୍ୟାତ୍ମିକ ଧର୍ମସଭାରେ ଭାରତ ବର୍ଷର ବହୁ ସାଧୁ ସନ୍ଥ ମହାତ୍ମା ମାନଙ୍କ ଦ୍ୱାରା ଦିବ୍ୟପ୍ରବଚନ କାର୍ଯ୍ୟକ୍ରମ ରେ ମଧ୍ୟ ସହସ୍ରl ଧିକ ଶ୍ରଦ୍ଧାଳୁଭକ୍ତ ଓ ଭଗବତପ୍ରେମୀ ଜନସାଧାରଣ ଆପ୍ୟାୟିତ ଓ ଅଵିଭୂତ ହୋଇଯାଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର