ଆଜିର ଖବର
*╭─────────────────╮*
*🌄ସକାଳର ଖବର, ୦୮-ଫେବୃଆରୀ-୨୦୨୩, ବୁଧବାର*
*╰─────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରମାଦେବୀ ବିଶ୍ୱବିଦ୍ୟାଳୟ ର ନୂଆ ଅଡିଟୋରିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୨-NEET-PG 2023: ଡାକ୍ତରୀ ଛାତ୍ରମାନଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର l MBBS ଇଣ୍ଟର୍ନସିପ୍ ଶେଷ ତାରିଖ ୧୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଘୁଞ୍ଚାଇଲେ ସରକାର l
➡️୩-ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମ ସିନ ରିକ୍ରିଏସନ କରାଇଲା ପୁଲିସ l ଅଭିଯୁକ୍ତ ଗୋପାଳ ଦାସକୁ ସ୍ପଟକୁ ନେଇ କ୍ରାଇମବ୍ରାଞ୍ଚ କଲା ସିନ ରିକ୍ରିଏସନ l
➡️୪-ପୁରୀ ଗୋପରେ ତୈଳ ସନ୍ଧାନ କାର୍ଯ୍ୟ ଶେଷ ପର୍ଯାୟରେ, ୧୦ ହଜାର ଫୁଟ ତଳକୁ ଖୋଳିବା ପାଇଁ ଲାଗିଲା ରିଗ୍ ମେସିନ l ଗୋପ କୁଶୁପୁରର ୮ ଏକର ପରିମିତ ଅଞ୍ଚଳରେ ଆରମ୍ଭ ହେଲା ଏହି କାର୍ଯ୍ୟ ।
➡️୫-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୬ତାରିଖରେ ପଦ୍ମପୁର ଗସ୍ତରେ ଯିବେ l ବିଧାନସଭା ଉପନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ଓ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ପଦ୍ମପୁର ଯିବେ ତଥା ବିଜୟ ଉତ୍ସବରେ ସାମିଲ ହେବେ ।
➡️୬-ଏବେଠୁ ଜଳିଲାଣି ଶିମିଳିପାଳ, ସମସ୍ତ ପ୍ରସ୍ତୁତି ସତ୍ତ୍ବେ ୫୨ଟି ସ୍ଥାନରେ ଲାଗିଲାଣି ନିଆଁ l ଏହାକୁ ନେଇ ଚିନ୍ତା ପ୍ରକଟ କଲେଣି ପରିବେଶବିତ୍।
➡️୭-୧୪ ହଜାର କୋଟିର ଖାଦ୍ୟ ରିହାତି ଟଙ୍କା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ l
➡️୮-ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟବିମାନ ବନ୍ଦରକୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ l ଏହାକୁ ଦୃଷ୍ଟିରେ ରଖି ୧୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଏଠାରେ ଡ୍ରୋନ କିମ୍ବା ଅନ୍ୟ କୌଣସି ଉଡ଼ାଣ କାର୍ଯ୍ୟକଳାପ ଉପରେ ଲାଗିଲା ପ୍ରତିବନ୍ଧକ l
➡️୯-ଜିଓ ପକ୍ଷରୁ ତାଳଚେରରେ ଟ୍ରୁ-୫ଜି ସେବାର ହେଲା ଶୁଭାରମ୍ଭ, ସାରା ଓଡ଼ିଶାର ୧୩ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି l
➡️୧୦-ରିଲିଜ ହେଲା ଅନୁଭବଙ୍କ ଅପ୍କମିଂ ଫିଲ୍ମ ରାବନର ଟିଜର l ହିନ୍ଦୀ ଭାଷାରେ ରିଲିଜ ହୋଇଥିବା ଏହି ଟିଜରରେ ଓଲିଉଡ୍ର ମହାନାୟକ ଅନୁଭବ ମହାନ୍ତିଙ୍କୁ ଭୟଙ୍କର ବେଶ୍ରେ ଦେଖିବାକୁ ମିଳିଲା ।
➡️୧୧-ଅଗ୍ନିକୁ ସାକ୍ଷୀ ରଖି ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍ଭାନୀଙ୍କ ହାତ ଧରିଲେ ସେରଶାହ ଷ୍ଟାର ସିଦ୍ଧାର୍ଥ ମଲହୋତ୍ରା l
➡️୧୨-ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ୬ହଜାର ୬୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ, କହିଲା ଅଫତାବ ପାର କରିଥିଲା ନୃଶଂସତାର ସମସ୍ତ ସୀମା l
➡️୧୩-ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସତ୍ତ୍ୱେ ଗୌତମ ଅଦାନିଙ୍କ ମାଲିକାନାରେ ପରିଚାଳିତ ଅଦାନି ଏଣ୍ଟରପ୍ରାଇଜେସ୍ର ସେୟାର ମୂଲ୍ୟରେ ୨୫ ପ୍ରତିଶତ ହେଲା ବୃଦ୍ଧି l
➡️୧୪-ଏଣିକି ବଜାରରେ ଆଉ ରହିବନି ‘ଡଲାର’ର ଦବଦବା, ଏବେ ରୁଷିଆ, ଚୀନ ଏବଂ ୟୁଏଇ ଦେଶଙ୍କ ମୁଦ୍ରାରେ ଋଷିଆକୁ ଦେୟ ପୈଠ କରିବ ଭାରତ l
➡️୧୫-କାଲିଫର୍ଣ୍ଣିଆର ସାନ ଜୋଶ ପାର୍କରୁ ଛତ୍ରପତି ଶିବାଜୀଙ୍କ ଏକମାତ୍ର ପ୍ରତିମୂର୍ତ୍ତି ହେଲା ଚୋରି, ଉତ୍ତର ଆମେରିକାରେ ଏହା ଛତ୍ରପତି ଶିବାଜୀ ମହାରାଜାଙ୍କ ଏକମାତ୍ର ପ୍ରତିମୂର୍ତ୍ତି ଥିଲା । ଚୋରି ହେବା ପରେ ତଦନ୍ତ ହେଲା ଆରମ୍ଭ l
➡️୧୬-ଏଣିକି ପାକିସ୍ତାନ ବାୟୁ ସୀମା ଦେଇ ତୁର୍କୀ ଯିବନାହିଁ ଭାରତୀୟ ବାୟୁ ସେନାର ବିମାନ l ଏ ନେଇ ସ୍ପଷ୍ଟୀକରଣ ରଖିଲେ ଆଇଏଏଫ ଅଧିକାରୀ l
➡️୧୭-ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ପ୍ରାୟ ଏକ ମାସ ଧରି ଲୋକଙ୍କ ସାମ୍ନାକୁ ଆସିନାହାନ୍ତି । କୋରିଆ ପିପୁଲ୍ସ ସେନାର ୭୫ତମ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ପ୍ୟୋଙ୍ଗୟାଙ୍ଗରେ ବିଶାଳ ପ୍ରସ୍ତୁତି ଚାଲିଥିବାବେଳେ କିମ୍ ଏବେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି।
➡️୧୮-ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଯୁବ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍ ଆଇସିସିର ମାସର ଶ୍ରେଷ୍ଠ ଖେଳାଳି ଆଶାୟୀଙ୍କ ତାଲିକାରେ ପାଇଲେ ସ୍ଥାନ l
➡️୧୯-ମାର୍ଚ୍ଚ ୪ ରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ l ନିଲାମ ତାଲିକାରେ ଅଛନ୍ତି ୪୦୯ ଜଣ ଖେଳାଳି l ସେଥି ମଧ୍ୟରୁ ୨୪୬ jahanmଭାରତୀୟ-୧୬୩ ବିଦେଶୀ
➡️୨୦-ଫେବ୍ରୁଆରି ୧୦ରୁ ଗୁଲମାର୍ଗରେ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ା: ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ ସ୍ନୋ ସ୍କିୟର ରଞ୍ଜିତା ବେହେରା l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଜାତୀୟ ଗୁଡ଼ି ଉଡ଼ାଣ ଦିବସ ll*
*🔅ଆଜି ବାଳକ ସ୍କାଉଟ୍ ବାର୍ଷିକୀ ଦିବସ ll*
*🔅ଆଜି ପ୍ରୋପଜ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*