November 28, 2024

ଗଞ୍ଜାମ ଏନଏସିକୁ ଜାତୀୟ ପୁରସ୍କାର ପ୍ରଶଂସା ଅଭିନାଶ ମିଶ୍ର…

Share

 

 

 

ଗଞ୍ଜାମ,କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ଓ ଆବର୍ଜନା ମୁକ୍ତ ସହର ପାଇଁ 2023ଅଭିଯାନ ଆନୁକୂଲ୍ୟରେ ଓଡିଶା ରାଜ୍ୟ ଜାତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇଛି 16 ଗୋଟି ସହରାଞ୍ଚଳ l ଏଥିରେ ଗଞ୍ଜାମ ଜିଲ୍ଲାର 10 ଏନଏସି ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉର୍ଣ୍ଣୟନ ବିଭାଗ ସ୍ୱଷ୍ଟ କରିଛି l ସେଥିମଧ୍ୟରୁ ଗଞ୍ଜାମ ଏନଏସି ସ୍ଥାନ ପାଇଥିବା ଜଣା ପଡିଛି l ଆସନ୍ତା 11ରେ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଗଞ୍ଜାମ ଏନଏସିକୁ ଆବର୍ଜନାମୁକ୍ତ ସହର ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଏଥିପାଇଁ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏବଂ ସାନିଟେସନ ଏକ୍ସପଟ ସୁମିତ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ସହରବାସୀ l(ପ୍ରଦୀପ କୁମାର ପଣ୍ଡ)