ଗଞ୍ଜାମରେ ପ୍ରଥମ ବୋଇତ ବନ୍ଦାଣ ଉତ୍ସବ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ

ଗଞ୍ଜାମ= ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହରରେ ଐତିହ ପରମ୍ପରା ବୋଇତ ବନ୍ଦାଣ ଉତ୍ସବ ଋଷିକୂଲ୍ୟା ନଦୀ କୂଳରେ ପ୍ରଥମ ଥର ପାଇଁ ଉଲ୍ଲାସମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପୁରାତନ ସାମୁଦ୍ରିକ ବାଣିଜ୍ୟ ଓ ସଂସ୍କୃତି ସହ ଗଭୀର ସମ୍ପର୍କ ରଖୁଥିବା ଏହି ଐତିହାସିକ ନଗରୀରେ ଏହି ଉତ୍ସବ ଆୟୋଜନ ହେବା ଏକ ଐତିହାସିକ ପଦକ୍ଷେପ ବୋଲି ଗଣାଯାଉଛି।
ଗଞ୍ଜାମ ଯୁଗ ଆରମ୍ଭ ରେ ଗଞ୍ଜାମ ସହରକୁ ବାଣିଜ୍ୟ କନ୍ଦ୍ରବୋଲି କୁହାଯାଉଥିଲା l ଅଞ୍ଚଳର ବେବସାଇ ମାନେ ବୋଇତ ମାଧ୍ୟମରେ ବିଭିନ୍ନ ଦେଶ ଦେଶ ସହ ବୁଲି ବାଣିଜ୍ୟ କରୁଥିଲେ, ଯାହା ଓଡ଼ିଆ ଜାତିର ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟର ଗୌରବମୟ ଅଂଶ। ଏହି ସମୃଦ୍ଧ ପରମ୍ପରାକୁ ସ୍ମରଣ କରିବା ଓ ଆଗାମୀ ପିଢ଼ିକୁ ପରିଚିତ କରାଇବା ଉଦ୍ଦେଶ୍ୟରେ, ଗଞ୍ଜାମ ଅଞ୍ଚଳବାସୀଙ୍କ ଉଦ୍ୟମରେ ଏହି ପ୍ରଥମ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥିଲା।
ଉତ୍ସବଟିର ଉଦଘାଟନ ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢ଼ୀ କରିଥିଲେ। ଅତିଥି ଭାବେ ଉପସ୍ଥିତ ଥିଲେ ଏନ. ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ, ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର, ଗ୍ରାସିମ ୟୁନିଟ ମୁଖ୍ୟ ଅଜୟ ଗୁପ୍ତା, ମାନବ ସମ୍ବଳ ଅଧିକାରୀ ନିରଜା ପଟ୍ଟନାୟକ, କାଉନସିଲର ସୁଜାତା ମହାନ୍ତି, ପି. ମୋହନ ରେଡ୍ଡୀ, ଚନ୍ଦ୍ରଶେଖର ରେଡ୍ଡୀ, ଅରୁଣ ପଣ୍ଡା, ବରିଷ୍ଠ ନାଗରିକ ପରିଷଦ ସଂପାଦକ ବିନୋଦ ଚନ୍ଦ୍ର ମହାପାତ୍ର, ପୂର୍ବତନ ସମ୍ପାଦକ ଗୌରୀଶଙ୍କର ପାଢ଼ୀ, ଆଇନଜୀବୀ କୈଳାଶ ପଲେଇ, ଉପସ୍ଥିତ ଥିଲେ l ଉତ୍ସବ ଟି ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା। ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ
ଏହି ଅବସରରେ ପାରମ୍ପରିକ ବୋଇତ ବନ୍ଦାଣ ଓ ଆରତି ମାଧ୍ୟମରେ ସାଧବ ବୋହୁମାନେ ସାଧବ ପୁଅମାନଙ୍କୁ ବନ୍ଦାପନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ପରମ୍ପରା, ଶିଳ୍ପ ଓ ନୌବାଣିଜ୍ୟ ଐତିହ୍ୟକୁ ସମ୍ମାନ ଜଣାଯାଇଥିଲା। ଏହି ଅବସରରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା ଓ ଉତ୍ସବ ପରିସର ଆନନ୍ଦଉଲ୍ଲାସ ରେ ମହିମାନ୍ୱିତ ହୋଇଥିଲା। ଏଭଳି ଉଦ୍ୟମ କୁ ଅଂଚଳବାସି ପ୍ରଶଂସା କରିବା ସହ ଆୟୋଜକ ଙ୍କୁ ସାଧୁବାଦ ଜଣାଇଥିଲେ।
