ମୁଳିସିଂହ ରେ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ 58 ତମ ଶ୍ରାଦ୍ଧଉତ୍ସବ ପାଳିତ..
ତିର୍ତ୍ତୋଲ-ତା 7/11/2025 ନୀତିନିଷ୍ଟ, ନିସ୍ଵାର୍ଥପର, ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ,ଆଚାର୍ଯ୍ୟ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଅଠାବନତମ ଶ୍ରାଦ୍ଧଉତ୍ସବ ଗତ ଗୁରୁବାର ଦିନ ମଧ୍ୟାହ୍ନରେ, ତିର୍ତ୍ତୋଲ ବ୍ଲଜ, ମୁଳିସିଂହ ପଞ୍ଚାୟତ ଅଧିନ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକସ୍କୁଲ ପରିସରରେ ପାକିତ ହୋଇଯାଇଛି l ଜଗତସିଂହପୁର ସାରସ୍ୱତ ପରିଷଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ, ପରିଷଦର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ପ୍ରତକ୍ଷତତ୍ୱାବଧାନ ରେ ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଶ୍ରୀମଦ ଭଗବତଗୀତା ର ଅନ୍ୟତମ ଭାଷ୍ୟକାର ଓ ପଞ୍ଚସଖାଯୁଗର ଏହି ମହାନ ଯୋଗଜନ୍ମl ଜଣେ ସାହିତ୍ୟିକ, ସମାଜ ସଂସ୍କାରକ ଓ ଆଦର୍ଶ ରାଜନୈତିକ ବ୍ୟକ୍ତି ଥିଲେ ବୋଲି, ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ର ବିକ୍ରମ ଜେନା ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ଅଧ୍ୟକ୍ଷl ଜ୍ୟୋତିର୍ମୟୀ ମହାରଣା, ଶିକ୍ଷକ ଅଶୋକ କୁମାର ବେହେରା,ଶିକ୍ଷୟତ୍ରୀ ପ୍ରିୟଙ୍କା ମଣ୍ଡଳ, ମୋନାଲିସା ଭଟ୍ଟ ଓ ସୁଦେସ୍ନା ଦାସ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଆଚାର୍ଯ୍ୟ ନୀଳକଣ୍ଠ ଦାସ ଙ୍କ ଜୀବନଚର୍ଯ୍ୟା ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ପରିଶେଷରେ ଶିକ୍ଷୟତ୍ରୀ ମିନତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ|ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
