April 28, 2026

ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ରେ ଅଭିଯୁକ୍ତ ମଦ ମାଫିଆକୁ ଗିରଫ କଲା କୁଜଙ୍ଗ ପୋଲିସ l

IMG-20251107-WA0031
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଅପରାଧ ଜଗତର ବାଦଶାହା ସାଜିଛନ୍ତି ମଦ ମାଫିଆ l ଲକ୍ଷ ଲକ୍ଷ ଟଙ୍କାର ଚୋରା ମଦ ବିକ୍ରି କରି ବଢ଼େଇ ଚାଲିଛନ୍ତି ଅପରାଧିକ ବିଶୃଙ୍ଖଳା l ଅବକାରୀ ବିଭାଗ ର ଉଦାସୀନତା ହେଉ କିମ୍ବା ପୋଲିସ ପ୍ରଶାସନ ର ଅବହେଳା, ପ୍ରଶାସନକୁ ଚକମା ଦେଖେଇ ମଦ ବେପାରୀ ଚଳେଇଛନ୍ତି ରାଜ l ଯିଏ ବିରୋଧ କରୁଛି, ତାଙ୍କୁ ଟାର୍ଗେଟ କରୁଛନ୍ତି ଚୋରା ବେପାରୀ l ଏହି ପରିପ୍ରେକ୍ଷୀରେ ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ମଦ ମାଫିଆ l ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ରମାକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ ରୁ ଫେରିବା ବାଟରେ ପୋସ୍କୋ କଲୋନୀ ନିକଟରେ ପୂର୍ବରୁ ସଂଘବଦ୍ଧ ଭାବେ ଲୁଚି ରହିଥିବା ଚୋରା ମଦ ବେପାରୀ ମରଣାନ୍ତକ ଆକ୍ରମଣ କରିଥିଲେ l ସେମାନଙ୍କ ମଧ୍ୟରେ ବାଲିତୁଠ ବଦବୁଦା ଗ୍ରାମର ସୁଶୀଲ କୁମାର ବେହେରା ମୁଖ୍ୟ ଆସାମୀ ଥିବା ବେଳେ ତା ସାଥିରେ ଅନେକ ମିଶି କୋଦାଳ ବେଣ୍ଟ, ଭୁଜାଲି ଆଦି ମରଣାସ୍ତ୍ର ରେ ଆକ୍ରମଣ କରି ମୁଣ୍ଡ , ଛାତି, ହାତ, ଗୋଡ କୁ ହାଣି ପକେଇ ଥିଲେ !ରକ୍ତ ଜୁଡୁବୁଡୁ ହୋଇ ଉଠିଥିଲେ ସାମ୍ବାଦିକ ରମାକାନ୍ତ l ଯେତେ ଅନୁନୟ ବିନୟ ହୋଇ ଛାଡି ଦେବାକୁ କହିଥିଲେ ବି ଅପରାଧୀ ମାନେ ଘନଘନ ମାଡ ମାରି ଅଚେତ ଅବସ୍ଥାରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ l ସ୍ଥାନୀୟ ଲୋକେ ରମାକାନ୍ତ ଙ୍କୁ ମୁର୍ମୁଷୁ ଅବସ୍ଥାରେ କୁଜଙ୍ଗ ମେଡିକାଲ ରେ ଭର୍ତ୍ତି କରିଥିଲେ ବି ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି l ଘଟଣାକ୍ରମରେ ସୁଶୀଲ ବେହେରା ଓ ତାର ସହଯୋଗୀ ମାନେ ବାଲିତୁଠ ଏବଂ ତାର ଆଖପାଖ ଅଞ୍ଚଳରେ ପ୍ରଚୁର ଚୋରା ମଦ କାରବାର କରନ୍ତି l ମଦ୍ୟପଙ୍କ ଦୌରାତ୍ମ୍ୟ ରୁ ଉକ୍ତ ଅଚଳରେ ନିରାପଦ ରେ ଯିବା ଆସିବା କରି ହୁଏନି l ଏପରି ଅସାମାଜିକ କାର୍ଯ୍ୟକୁ ରୋକିବାକୁ ସାମ୍ବାଦିକ ରମାକାନ୍ତ ଦାସ ଖବର ପ୍ରସାରଣ କରିଥିଲେ l ଯାହାଫଳରେ ମଦ ମାଫିଆଙ୍କ ଟାର୍ଗେଟ ରେ ରହିଥିଲେ ରମାକାନ୍ତ l ନିରୋଳା ରେ ପାଇ ମରଣାନ୍ତକ ଆକ୍ରମଣ କରି ଜୀବନରୁ ଶେଷ କରିଦେବାକୁ ପଛେଇ ନଥିଲେ l ଭାଗ୍ୟ ଜୋର ଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ l କୁଜଙ୍ଗ ପୋଲିସ ଇତିମଧ୍ୟରେ ଆସାମୀ ସୁଶୀଲ ବେହେରା କୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ଖୋଜା ଚାଲିଥିବାର ଖବର ଜଣା ପଡିଛି l ଅପରପକ୍ଷରେ ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣ ର ନିନ୍ଦା କରିବା ସହିତ ଆସାମୀ ମାନଙ୍କୁ ଆରେଷ୍ଟ କରି ଦୃଢ଼ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପାରାଦ୍ୱୀପ ପ୍ରେସ କ୍ଳବ, କୁଜଙ୍ଗ ପ୍ରେସ କ୍ଳବ, ତିର୍ତ୍ତୋଲ ପ୍ରେସକ୍ଳବ, ଏରସମା ପ୍ରେସ କ୍ଳବ ଆଦି ଜିଲ୍ଲାର ସମସ୍ତ ପ୍ରେସକ୍ଳବ ଦାବୀ ଜଣାଇଛନ୍ତି l ଯେବେ ଏଥିପାଇଁ ଉପଯୁକ୍ତ ନ୍ୟାୟ ନମିଳେ ଆଗାମୀ ଦିନରେ ସାମ୍ୱାଦିକ ମାନେ ରାଜରାସ୍ତାକୁ ଓହ୍ଲେଇ ବାକୁ ପଛଇବେ ନାହିଁ l