ଜମି କିଣାଇଦେବାକୁ କହି ମହିଳାଙ୍କ ସୁନା ଗହଣା ଓ ଟଙ୍କା ହଡ଼ପ କଲା ଯୁବକ …
କୁଜଙ୍ଗ(ନୃସିଂହ ଚରଣ ବାରିକ)ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ପୋତାନଇ ପଞ୍ଚାୟତର ପୋତାନଇ(ବିଲସାହି)ଗ୍ରାମର ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ମଞ୍ଜୁଲତା ସ୍ବାଇଁ ଏଭଳି ଠକାମୀର ଶୀକାର ହୋଇଛନ୍ତି।ଭଅଁରକୋଲା(ଗଭଡି) ଗ୍ରାମର ଧଡି ମୁଦୁଲିଙ୍କ ପୁଅ ରୋହିତ ମୁଦୁଲି ପଙ୍କପାଳ ଠାରେ ଏକ ଜମି ମଞ୍ଜୁଲତା ଙ୍କୁ କିଣାଇଦେବାକୁ କହି ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୯୨ ହଜାର ଟଙ୍କା ଓ ସୁନା ହାର ୧ଟି,ସୁନା ପେଣ୍ଡିଫୁଲ ୧ହଳ,ସୁନା କାନ ରିଙ୍ଗ ୧ହଳ ଏବଂ ସୁନାର ଲକେଟ୍ ଗୋଟିଏ ନେଇଥିବା ତିର୍ତ୍ତୋଲ ଥାନାରେ ଦିଆଯାଇଥିବା ଏତଲାରେ ମଞ୍ଜୁଲତା ଉଲ୍ଲେଖ କରିଛନ୍ତି। ରୋହିତ ଜମି ତାଙ୍କୁ କିଣାଇ ନଦେଇ ନିଜ ନାମରେ କରିନେଇଛନ୍ତି। ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ମଞ୍ଜୁଲତା ଋଣ କରି ଜମି ପାଇଁ ରୋହିତକୁ ଟଙ୍କା ଦେଇଥିଲା। ରୋହିତ ଟଙ୍କା ଫେରାଉ ନାହି,ଜମି ଦେଉନାହିଁ କିମ୍ବା ନେଇଥିବା ସୁନା ଗହଣା ମଧ୍ୟ ଦେଉନାହିଁ। ଯୁବକ ଜଣକ ଏବେ ମୋ ପାଖକୁ ଆସି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି।ଏଥିରେ ଅରାଜି ହେବାରୁ ଦୁଷ୍କର୍ମ କରି ଜୀବନରେ ମାରିଦେବାକୁ ଧମକ ଦେଉଥିବା ମଞ୍ଜୁଲତା ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଉଲ୍ଲେଖ କରିଛନ୍ତି।
