July 6, 2024

ବକେୟା ପଇସା ଫେରସ୍ତ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ; ବାପା ପୁଅ ଗିରଫ,

Share

ବେଲଗୁଣ୍ଠା, 07/11, ବକେୟା ଟଙ୍କା ଫେରସ୍ତ କରିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ବାପା ପୁଅ ମିଶି ଚେନ୍ କ୍ରାଙ୍କ୍ ରେ ଆକ୍ରମଣ କରିବା ଘଟଣାରେ ଉଭୟ କୋର୍ଟଚାଲାଣ ହୋଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ଘଟଣାଟି ଘଟିଛି ଗାଙ୍ଗପୁର ଥାନା ତଥା ଧରାକୋଟ ବ୍ଳକ୍ ଡି. ସିଙ୍ଗିପୁର ଗ୍ରାମରେ I ସୁଚନା ପ୍ରକାରେ ଡି. ସିଙ୍ଗିପୁର ଗ୍ରାମର ନାରାୟଣ ନାଇକ(32) ନାମକ ଜଣେ ହରିଜନ ଯୁବକ ଗ୍ରାମରେ ଏକ ପରିବା ଦୋକାନ କରିଛନ୍ତି I କିଛିଦିନ ତଳେ ନାରାୟଣ ସେହି ଗ୍ରାମର ବଳରାମ ଜେନା(46) ଠାରୁ 500 ଟଙ୍କା ଧାର ନେଇଥିଲେ I ଗତକାଲି ନାରାୟଣ ବଳରାମ ନିକଟକୁ ତାଙ୍କର 500 ଟଙ୍କା ଫେରାଇବା ପାଇଁ ଯାଇଥିଲେ I ସେହି ସମୟରେ ବଳରାମ ନାରାୟଣଙ୍କୁ 500 ବଦଳରେ 1200 ଟଙ୍କା ମାଗିଥିଲା I କିନ୍ତୁ ନାରାୟଣ 1200 ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା I ଏଥିରେ ଉତ୍ତେଜିତ ହୋଇ ବଳରାମ ଏବଂ ବଳରାମର ପୁଅ ସମୀର ଜେନା (18) ଏକ ମୋଟରସାଇକେଲ୍ ଚେନ୍ କ୍ରାଙ୍କ୍ ରେ ନାରାୟଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ I ଫଳରେ ନାରାୟଣ ଗୁରୁତର ଆହତ ହୋଇଥିଲେ I ତାଙ୍କୁ ସଙ୍ଗେ ସଙ୍ଗେ ଆସିକା ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା I ନାରାୟଣ ଗାଙ୍ଗପୁର ଥାନାରେ ଏତାଲା ଦେବା ପାରେ ନାରାୟଣଙ୍କ ଏତାଲାକୁ ଭିତ୍ତିକରି କେଶ୍ ନମ୍ବର୍ 824/23 ରେ ଏକ ମାମଲା ରୁଜୁ କରାଯିବା ସହିତ ନାରାୟଣ ହରିଜନ ସମ୍ପ୍ରଦାୟର ହୋଇଥିବାରୁ ଆଟ୍ରୋସିଟି ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା I ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଶ୍ଵମିତ୍ରା ହରପାଲ୍ ଘଟଣାର ତଦନ୍ତ କରୁ୍ଥିବା ବେଳେ ଉଭୟ ନାରାୟଣ ଏବଂ ସମୀରକୁ ଆସିକା କୋର୍ଟଚାଲାଣ କରାଯାଇଥୁବା ପୋଲିସ୍ ସୂତ୍ରରୁ ପ୍ରକାଶ I

ଫଟୋ              ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed