March 13, 2026

ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକଙ୍କୁ ଶିକ୍ଷକ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା

WhatsApp Image 2023-11-07 at 3.57.00 PM
Share

ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକଙ୍କୁ ଶିକ୍ଷକ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା

ବେଲଗୁଣ୍ଠା, 07/11, ବେଲଗୁଣ୍ଠା ବ୍ଳକ୍ ନିଖିଳ ଉତ୍କଳ ଶିକ୍ଷକ ସଂଘ ସମ୍ପାଦକ ବାଳକୃଷ୍ଣ ସାବତଙ୍କୁ ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ବେଲଗୁଣ୍ଠା ସ୍ଥିତ ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପ୍ରାଙ୍ଗଣରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଏବିଇଓ ଗୋବିନ୍ଦ୍ରଚନ୍ଦ୍ର ପାଢୀ,ପ୍ରଧାନ ଶିକ୍ଷୟିତ୍ରୀ ଅଳକା କୁମାରୀ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ,ମୃତ୍ୟୁଞ୍ଜୟ ରଥ, ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ମାହୁନ୍ତ,ଶିକ୍ଷକ କାଳୀ ଚରଣ ପାଢୀ,ସୁନୀଲ ପାତ୍ର,ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ,ସୁବ୍ରତ କୁମାର ପାତ୍ର,ସଚ୍ଚିଦାନନ୍ଦ ପ୍ରଧାନ,ନୀଳକଣ୍ଠ ନନ୍ଦ, ବଲରାଜ ଆୟାଙ୍ଗାର, ସମୀର୍ କୁମାର ଜେନା, କିରାଣୀ କମଳ ଲୋଚନ ଦୋରା,ଶରତଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକ ସଂଘ କର୍ମକର୍ତ୍ତା ବଲ୍ଲଭ ପଣ୍ଡା, ଅଶୋକ ବେହେରା,ପବିତ୍ର ମୋହନ୍ ଶତପଥୀ,ଗୌର ଚନ୍ଦ୍ର ପରିଡ଼ା, ମନୋଜ ପଣ୍ଡା, ରମେଶ୍ ପାତ୍ର, ସିଆରସିସି ବିଦେଶୀ ବାଡତ୍ଯା,କାଳୁ ଚରଣ ଗୌଡ଼,ଶଙ୍କର ନାରାୟଣ ସେଠୀ, ରମେଶ୍ କୁମାର ପାଣିଗ୍ରାହୀ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଛାୟାକାନ୍ତ ମହାପାତ୍ର ସଂଯୋଜନା କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I

ଫଟୋ        ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ