October 7, 2026

ଆଜିର ସୁନାବେଡ଼ାର ବଡ଼ ଖବର ୬ ଅକ୍ଟୋବର ୨୦୨୬   ସୁନାବେଡ଼ାରେ ଐତିହାସିକ ଦିନ: HALର ୨,୦୦୦ତମ ଏରୋ-ଇଞ୍ଜିନ୍ ଡେଲିଭରି, ଦ୍ୱିତୀୟ ‘ଶକ୍ତି’ ଇଞ୍ଜିନ୍ ଉତ୍ପାଦନ ଲାଇନ୍ ଉଦ୍‌ଘାଟିତ

IMG-20261007-WA0000
Share

ସୁନାବେଡ଼ା, ୬ ଅକ୍ଟୋବର: କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ Hindustan Aeronautics Limited, Koraput (HAL) ପରିସରରେ ମଙ୍ଗଳବାର ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ HAL କୋରାପୁଟ ଡିଭିଜନ୍‌ର ୨,୦୦୦ତମ ଏରୋ-ଇଞ୍ଜିନ୍ ଡେଲିଭରି କରାଯାଇଥିବା ବେଳେ ଦ୍ୱିତୀୟ ‘ଶକ୍ତି’ ଇଞ୍ଜିନ୍ ମାନୁଫାକ୍ଚରିଂ ଲାଇନ୍ର ମଧ୍ୟ ଶୁଭାରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ HALର ଇଞ୍ଜିନିୟର ଓ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରି ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାରେ ସୁନାବେଡ଼ାର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ବଢ଼ିବ ‘ଶକ୍ତି’ ଇଞ୍ଜିନ୍ ଉତ୍ପାଦନ

ନୂଆ ଉତ୍ପାଦନ ଲାଇନ୍‌ ଦ୍ୱାରା ହାଲୁକା ହେଲିକପ୍ଟର ପାଇଁ ବାର୍ଷିକ ୧୦୦ଟି ‘ଶକ୍ତି’ ଇଞ୍ଜିନ୍ ଉତ୍ପାଦନ କରିବାର କ୍ଷମତା ବଢ଼ିବ। ଏଥିସହ AL-31FP ଇଞ୍ଜିନ୍‌ର ବାର୍ଷିକ ଉତ୍ପାଦନ କ୍ଷମତା ୩୦ରୁ ୫୦ଟିକୁ ବୃଦ୍ଧି କରାଯିବ। ଆତ୍ମନିର୍ଭର ଭାରତ’ରେ ସୁନାବେଡ଼ାର ବଡ଼ ଭୂମିକା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଏରୋ-ଇଞ୍ଜିନ୍ ପ୍ରଯୁକ୍ତି ଅତ୍ୟନ୍ତ ଜରୁରୀ। AMCA ଭଳି ଭବିଷ୍ୟତର ଯୁଦ୍ଧବିମାନ ପାଇଁ ଭାରତକୁ ନିଜସ୍ୱ ଇଞ୍ଜିନ୍ ପ୍ରଯୁକ୍ତିରେ ଅଧିକ ସକ୍ଷମ ହେବାକୁ ପଡ଼ି। HAL କୋରାପୁଟ ଗତ ଛଅ ଦଶନ୍ଧି ଧରି ଭାରତୀୟ ପ୍ରତିରକ୍ଷା ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସୁଛି। MiG-21, MiG-27, MiG-29 ଓ Su-30MKI ଭଳି ଯୁଦ୍ଧବିମାନ ପାଇଁ ଇଞ୍ଜିନ୍ ଉତ୍ପାଦନ ସହ ୯,୦୦୦ରୁ ଅଧିକ ଇଞ୍ଜିନ୍‌ର ଓଭରହଲ୍ କରାଯାଇଥିବା ସୂଚନା ମିଳିଛ।

ଓଡ଼ିଶାରେ ଆଉ ଏକ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍‌ ଦାବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ଆଉ ଏକ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ଓଡ଼ିଶାର ଶିଳ୍ପ ଓ ପ୍ରତିରକ୍ଷା କ୍ଷ�