October 7, 2026

ବନ୍ତଳାରେ ଗୁଳିକାଣ୍ଡ: ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ ନିମସାହି ଛକ ନିକଟରେ ଗୁଳିମାଡ଼; ବନ୍ତଳାରୁ ଅନୁଗୋଳ ମେଡିକାଲ, ଚିକିତ୍ସା ସମୟରେ ଶୁସାନ୍ତଙ୍କ ମୃତ୍ୟୁ

hand
Share

 

 

ଅନୁଗୋଳ, ୬/୧୦: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁ ନିମସାହି ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଥିଲା। ଏହି ଗୁଳିମାଡ଼ରେ ବନ୍ତଳା ଗ୍ରାମର ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶୁସାନ୍ତ ପ୍ରଧାନ (୩୫) ଗୁରୁତର ଆହତ ହୋଇଥିଲେ।ଗୁଳିମାଡ଼ ପରେ ଆହତ ଶୁସାନ୍ତଙ୍କୁ ତୁରନ୍ତ ବନ୍ତଳା ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ଅନୁଗୋଳ ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ଶୁସାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ଗୁଳିମାଡ଼ ଘଟଣା ଏବେ ହତ୍ୟା ଘଟଣାର ରୂପ ନେଇଛି।ତେବେ ଶୁସାନ୍ତଙ୍କୁ କିଏ ଏବଂ କେଉଁ କାରଣରୁ ଗୁଳି କରିଥିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ଖବର ପାଇ ବନ୍ତଳା ପୁଲିସ ନିମସାହି ଛକ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଘଟଣାସ୍ଥଳରୁ କୌଣସି ପ୍ରମାଣ ମିଳିଛି କି ନାହିଁ, ଗୁଳିକାଣ୍ଡ ପଛରେ କାହାର ହାତ ରହିଛି ଏବଂ ଏହାର ପ୍ରକୃତ କାରଣ କ’ଣ—ସେନେଇ ପୁଲିସର ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଘଟଣାକୁ ନେଇ ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି।