June 22, 2026

ଦୁଇ ଝିଅକୁ ମା” ପୋଖରୀରେ ଫୋପାଡି ଦେଇ ଗଛରେ ରସି ଲଗେଇ ଆତ୍ମହତ୍ୟା କରିଦେଲେ 

hand
Share

 

ତା ୭/୧୦/୨୪/ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତର ପନ୍ଦରକଟା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସୂଚନା ଥାଉକି ପନ୍ଦର କଟା ଗ୍ରାମର ହରେକୃଷ୍ଣ ପରିଡ଼ାଙ୍କ ସ୍ତ୍ରୀ ସୁଭଦ୍ରା ପାତ୍ର (୨୫) ତାଙ୍କର ଦୁଇଟି ଝିଅ, ବଡ଼ଝିଅ ୪ ବର୍ଷ ଓ ସାନ ଝିଅ ୬ ମାସର। ସୁଭଦ୍ରା ଦୁଇ ଝିଅକୁ ତାଙ୍କର ବାରିପଟ ପୋଖରୀରେ ଫୋପାଡି ଦେଇ ଗଛରେ ରସି ଲଗେଇ ଆତ୍ମହତ୍ୟା କରିଛନ୍ତି। ଗ୍ରାମର ଲୋକମାନେ ସୁଭଦ୍ରାଙ୍କୁ ରସି ସହିତ ଗଛରୁ ଉଦ୍ଧାର କରି କୁଜଙ୍ଗ ମେଡିକାଲକୁ ନେଇ ଯାଇଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହିତ ପୋଷ୍ଟମର୍ଟମ ରିପୋର୍ଟ କରିଥିଲେ। ଅପରପକ୍ଷରେ କୁଜଙ୍ଗ ଓଡ୍ରାଫ ଟିମ୍ ତାଙ୍କ ବାରିପଟ ପୋଖରୀରୁ ୬ ମାସର ସାନ ଝିଅକୁ ଉଦ୍ଧାର କରିବା ସହିତ ୪ ବର୍ଷର ବଡ଼ଝିଅର ପତ୍ତା ମିଳିନାହିଁ। ସୁଭଦ୍ରାଙ୍କ ସ୍ୱlମୀ ହରେକୃଷ୍ଣ ଘରେ ନଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯିବାରୁ ଚଟୁଆ ପଞ୍ଚାୟତରେ ଶୋକରେ ଛାୟା ଖେଳିଯାଇଛି।