April 28, 2026

ମଦର ପବ୍ଲିକ ସ୍କୁଲ, ସି. ଟି.ରୋଡ, ପୁରୀ , ତୃତୀୟ ବାର୍ଷିକ ଉତ୍ସବ

IMG-20241007-WA0049
Share

ଆଜି ମଦର ପବ୍ଲିକ ସ୍କୁଲ, ସି.ଟି. ରୋଡ ,ପୁରୀ ତାର ତୃତୀୟ ବାର୍ଷିକ ଉତ୍ସବ (ଗ୍ରାଣ୍ଡ ପ୍ୟାରେଣ୍ଟ୍ ସ୍ ଡେ) ପୁରୀ ଟାଉନ ହଲ ଠାରେ ଖୁବ୍ ଧୁମ୍ ଧାମ ରେ ପାଳନ କରିଛି। ଏହି ଅବସରରେ ବିଦ୍ୟାଳୟର ଚେୟାର ମ୍ୟାନ ଶ୍ରୀମତୀ ପଲ୍ଲୀ ପଟ୍ଟନାୟକ,

ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା(, OAS ,Executive Officer Puri muncipalty ମୁଖ୍ୟ ଅତିଥି)

ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର social Worker (ସମ୍ମାନିତ ଅତିଥି)

ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଗୁଫ୍ଟା ପର୍ଭିନ୍,

ଶିକ୍ଷା ସଂଯୋଜିକା ଶ୍ରୀମତୀ ମମତା ମିଶ୍ and international sand artist Sudam Pradhan ରଙ୍କ ଉପସ୍ଥିତିରେ ଏହି ଉତ୍ସବଟିକୁ ଅତି ଆନନ୍ଦରେ ପାଳନ କରାଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଫ୍ୟାସନ୍ ସୋ, ଆଫ୍ରିକାନ ନାଚ,ବଲିଉଡ୍ ରେଟ୍ରୋ, ମାସ ଅପ୍ ଗୀତ, ପଞ୍ଜାବୀ ଭାଙ୍ଗଡା, ଧିମ୍ସା, ଭାରତ ନାଟ୍ୟ, ମା ଦୂର୍ଗାଙ୍କ ନଅ ଟି ରୂପ , ଘୂମର ଏବଂ ଗ୍ରାଣ୍ଡ ପ୍ୟାରେଣ୍ଟ ଙ୍କ ଉପରେ ଆଧାରିତ ସଙ୍ଗୀତ ଆଦି ପରିବେଷଣ କରି ଦର୍ଶକ ମାନଙ୍କର ମନମୁଗ୍ଧ କରିଥିଲେ। ଏଠାରେ ଜେଜେ ମା,ଜେଜେ ବାପା, ଅଜା ଓ ଆଇ ମଧ୍ୟ ମଞ୍ଚ ଉପରେ ଶ୍ଲୋକ,ସଙ୍ଗୀତ, ଏବଂ କବିତା ଆବୃତ୍ତି ଭଳି ଅନେକ କାର୍ଯକ୍ରମ ଉପସ୍ଥାପନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ଉତ୍ସବଟିକୁ ଅତ୍ୟନ୍ତ ମନମୁଗ୍ଧ ହୋଇପାରି ଥିଲା। ଏବଂ ଶେଷରେ ବିଦ୍ୟାଳୟର ଶିକ୍ଷା ସଂଯୋଜିକା ଶ୍ରୀମତୀ ମମତା ମିଶ୍ର ସମସ୍ତ କାର୍ଯ କର୍ତ୍ତା ଓ ପରିଚାଳନା କର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ