April 28, 2026

କୁଜଙ୍ଗ ରେ ବିଜୁ ଜନତା ଦଳର ପଦଯାତ୍ରା

IMG-20241007-WA0035
Share

ଆରମ୍ଭ ହେଲା କୁଜଙ୍ଗ ରେ ବିଜେଡିର ପଦଯାତ୍ରା, ସମ୍ବିତ ରାଉତରାୟ ଙ୍କ ସହ ଦୁଇ ଶ୍ରମିକ ନେତା, ବାପି ସର୍ଖେଲ୍ ଓ ସନ୍ତୋଷ ପଟ୍ଟନାୟକ ଙ୍କ ନେତୃତ୍ୱରେ ହେଲା ପଦଯାତ୍ରା, ସାମିଲ ହେଲେ ହଜାର ହଜାର ବିଜୁ ପ୍ରେମୀ, ନବୀନଙ୍କ ସଙ୍ଗୀତରେ କମ୍ପିଲା ଅଞ୍ଚଳ, ବିଜେପି ମିଛୁଆ ସରକାର କହିଲେ ନେତା ଓ କର୍ମୀ, ପାରାଦୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକ ରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଶ୍ରମିକ ନେତା ବାପି ସର୍ଖେଲ୍, ସନ୍ତୋଷ ପଟ୍ଟନାୟକ, ଗୀତାଞ୍ଜଳି ରାଉତରାୟ, ମୋନିଦିପା ସର୍ଖେଲ୍, କୁଜଙ୍ଗ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ ପ୍ରମୁଖ ଙ୍କ ନେତୃତ୍ୱରେ ହଜାର ହଜାର ବିଜୁ ପ୍ରେମୀ ପଦଯାତ୍ରା ରେ ସାମିଲ ହୋଇଥିଲେ। ଏହି ପଦଯାତ୍ରା କୁଜଙ୍ଗ ସ୍ଥିତ ଜୟଗୁରୁ ମନ୍ଦୀର ନିକଟରୁ ବାହାରି ପ୍ରଥମେ କୁଜଙ୍ଗ ବଜାରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଜଗନ୍ନାଥପୁର, କୋଠିଆ ସାହି, ଷଣ୍ଢପୁର ଆଦି ଗ୍ରାମ ଅତିକ୍ରମ କରି ଷଣ୍ଢପୁର ସ୍ଥିତ ବିଜୁ ଜନତା ଦଳର ଜନସମ୍ପର୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିଜେଡି ନେତା ରଘୁନାଥ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାବେଶରେ ବିଜେଡି ୨୪ବର୍ଷ ଶାସନରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳତା ସମ୍ପର୍କରେ ଆଲୋକ ପାତ କରିବା ସହ ବିଜେପି ସରକାର ର ମିଛ ପ୍ରତିଶ୍ରୁତିକୁ ନିନ୍ଦା କରିଥିଲେ ବିଜେଡିର ନେତା ଓ କର୍ମୀ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )