April 28, 2026

ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଅନୁଷ୍ଠିତ 

IMG-20241007-WA0024
Share

 

କାଶୀନଗର ,

ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ କାଶୀନଗର ଠାରେ ଥିବା ଆଇ ସି ଡି ଏସ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାରି କନ୍ୟା ସନ୍ତାନ ସୁରକ୍ଷା ପାଇଁ ବିଭିନ୍ନ ନାରା ଦେଇ କାଶୀନଗର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ପହଂଚି ଥିଲେ. ଏଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ମ୍ବୁରୁ ଧର ମଲ୍ଲିକ, ପଞ୍ଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ସାହୁ ଓ ସି ଡି ପି ଓ କନକ ଲତା ପୂଜାରୀ ମିଳିତ ଭାବେ କନ୍ୟା ସନ୍ତାନ ର ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛତ୍ରୀ ମାନଙ୍କ ସହ ଶିଶୁ ବିକାଶ କାର୍ଯ୍ୟାଳୟ ର କର୍ମଚାରୀ, ଅଙ୍ଗନବାଡି କର୍ମୀ, ସୁପେରଭାଇଜରଙ୍କ ସହ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ପଟନାୟକ ଉପସ୍ଥିତ ରହିଥିଲେ. ଏହି କାର୍ଯ୍ୟକ୍ରମ ରେ ସି ଡି ପି ଓ ଭୃଣ ହତ୍ୟା, କନ୍ୟା ସନ୍ତାନ ସୁରକ୍ଷା, କନ୍ୟା ସନ୍ତାନ କୁ ସକ୍ଷର ସହ ସକ୍ଷମ କରିବା ବିଷୟରେ ଉପସ୍ଥିତ ଥିବା ଛାତ୍ରୀ ଙ୍କୁ ବୁଝାଇ ଥିଲେ.(ଅନନ୍ତ ଆପଟ )