ଶିକ୍ଷକ ସଂଘ ପକ୍ଷରୁ ଗୁରୁପୂଜନ ଓ ନୂତନ ପ୍ରଧାନଶିକ୍ଷକଙ୍କୁ ସମ୍ୱର୍ଦ୍ଧନା
ହାଟଡିହି ତା ୭/୯(ମନମୋହନ ନାୟକ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ଶାଳଣିଆଁ ସର୍କଲ ତରଫରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓରାଳିଠାରେ ଗୁରୁ ଦିବସ ଉପଲକ୍ଷେ ସର୍କଲସ୍ତରୀୟ ଗୁରୁ ପୂଜନ ଓ ସମ୍ବଦ୍ଧନା ଉତ୍ସବ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ସଂଘର ସଭାପତି ବିଜୟ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧୂକାରୀ ରାଜୀବ ଦଳେଇ ମୁଖ୍ୟଅତିଥ୍ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସହ ଶିକ୍ଷାଧୂକାରୀ ବିନୋଦ ରାଉତ ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାସୁଦେବ ନାୟକ, ଏବିଇଓ ପ୍ରମୋଦ କୁମାର ନାୟକ, ପୂର୍ଣଚନ୍ଦ୍ର ଜେନା, ପୂର୍ବତନ ଏବିଇଓ ସୁରେଶ କୁମାର ଜେନା, ଶିକ୍ଷାବିତ ବିବେକାନନ୍ଦ ବେହେରା, ହେମନ୍ତ କୁମାର ସିଂ, ଅକ୍ଷୟ କୁମାର ବେହେରା, ଲତା ପରିଡା, ଆଲୋକ କୁମାର ନାଥ, ପ୍ରମୋଦ କୁମାର ଜେନା, ସଂଘର ସମ୍ପାଦକ ଶ୍ୟାମ ସୁନ୍ଦର ସା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଯତିନ୍ଦ୍ର ଦେଓଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ନେତ୍ରମଣୀ ଜେନା, ରବିନାରାୟଣ ରଣାଙ୍କୁ ଶ୍ରେଷ୍ଠ ଗୁରୁ ପ୍ରତିଭା ସମ୍ମାନ, ସୁରଜ କୁମାର ପଟ୍ଟନାୟକ, ଚୈତନ ଚରଣ ସା, ସୀତାଲତା ପାତ୍ର, ପୂଜାସ୍ମିତା ଜେନା, ଲତା ପରିଡ଼ାଙ୍କୁ ଶ୍ରେଷ୍ଠ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଶିକ୍ଷାବିତ ସବିତା ମହାନ୍ତ, ବିବେକାନନ୍ଦ ବେହେରାଙ୍କ ଭଳି ଅନେକ ଶିକ୍ଷକଙ୍କ ସହିତ ସର୍କଲର ଲେଭେଲ-୩ ନୂତନ ପ୍ରଧାନ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
