September 21, 2024
Share

 

 

୧-ଆଜି ବିରାଜିବେ ବିଘ୍ନବିନାଶନ, ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ।

 

୨-ରାଜଧାନୀରେ ୭୬୫ ଡେଙ୍ଗୁ ରୋଗୀ,୫ ସ୍ଥାନରେ ସଂଖ୍ୟା ୪୦ ଉପରେ।

 

୩-ଭୁବନେଶ୍ୱର:ଜଳ କର ଦେଇ ନାହାଁନ୍ତି ୮ କମ୍ପାନୀ, ୬୫୭.୩୪ କୋଟି ଟଙ୍କା ଅଛି ବକେୟା

 

୪-ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ ପରିଡା

 

୫-ଭୁବନେଶ୍ୱର:ପୂରଣ ହେବ ୩୯୪୦୦ରୁ ଅଧିକ କନଷ୍ଟେବଳ ପଦବୀ; ଓଡ଼ିଆରେ ହେବ ପରୀକ୍ଷା,ଅନ୍‌ଲାଇନ୍ ମାଧ୍ୟମରେ କରନ୍ତୁ ଆବେଦନ।

 

୬-ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ଖୋଲିବ RIR ପାୱର୍ ଇଲୋଟ୍ରୋନିକ୍; ମିଳିବ ୫୦୦ କର୍ମଚାରୀଙ୍କୁ ନିଯୁକ୍ତି

 

୭-ଆଜିଠୁ ବଢ଼ିବ ବର୍ଷାର ପରିମାଣ । ୨୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି,୧୦ ତାରିଖ ଯାଏଁ ଲାଗି ରହିବ ବର୍ଷା।

 

୮-୯ରୁ ଭିତରକନିକାରେ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା।

 

୯-ରାଜଧାନୀରେ ମାତିଛନ୍ତି ଜମି ଜବର ଦଖଲକାରୀ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ।

 

୧୦-କଳାହାଣ୍ଡି:ଲାଞ୍ଚୁଆ ପ୍ରଧାନ ଶିକ୍ଷକ ନବୀନ କୁମାର ସାହୁ ଗିରଫ, ଆଡମିସନ ବାବଦକୁ ୧୦ ହଜାର ଟଙ୍କା ନେବାବେଳେ ଧରାପଡିଲେ।

 

୧୧-ନୂଆ ପଡ଼ା:ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା, ୯ ଛାତ୍ରଛାତ୍ରୀ ନିଲମ୍ବିତ।

 

୧୨-ଭିଜିଲାନ୍ସ ଜାଲରେ ଜେଲ୍ ବାବୁ ସତ୍ୟ ପ୍ରକାଶ ସ୍ବାଇଁ,ଠାବ ହେଲାଣି ୪ ଦାମୀ ପ୍ଲଟ୍, ରାଜଧାନୀରେ ୪ ମହଲା କୋଠା।

 

୧୩-କିସ୍ ବରିଷ୍ଠ ଛାତ୍ରଛାତ୍ରୀଙ୍କ ଅଧିଷ୍ଠାନ ସମାରୋହ, ଗୁଣାତ୍ମକ ଶିକ୍ଷା ଗ୍ରହଣ ସହ ଭଲ ମଣିଷ ହେବାକୁ ଡ. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ।

 

୧୪-ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ସୁଜିତ କୁମାର,ଦଳରୁ ବହିଷ୍କାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

 

୧୫-ଭୁବନେଶ୍ୱର ସମେତ ୯ଟି ବିମାନବନ୍ଦରରେ ଆରମ୍ଭ ହେଲା ଡିଜି ଯାତ୍ରା ସୁବିଧା।

 

୧୬-ଚାନ୍ଦିପୁର:ଅଗ୍ନି-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ କଲା ଭାରତ।

 

୧୭-ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ; ହଜି ଗଲାଣି ଅନୁପ୍ରବେଶକାରୀଙ୍କ ଆଖିରୁ ନିଦ।

 

୧୮-ଉତ୍ତରପ୍ରଦେଶ:ଏକାଦଶାହ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା । ୧୫ ମୃତ, ଏକାଧିକ ଆହତ ।

 

୧୯-ନୂଆ ଦିଲ୍ଲୀ:ଅନୁମୋଦନ ଅପେକ୍ଷାରେ ‘ଅପରାଜିତା’, ବିଲ୍‌କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ରାଜ୍ୟପାଳ।

 

୨୦-ଭାରତୀୟ ଷ୍ଟକବଜାରରେ ବଡ଼ ଧରଣର ହ୍ରାସ, ନିବେଶକ ହରାଇଲେ ୫ ଲକ୍ଷ କୋଟି।

 

୨୧-କଂଗ୍ରେସରେ ସାମିଲ ହେଲେ କୁସ୍ତି ଯୋଦ୍ଧା ବିନେଶ ଫୋଗତ ଓ ବଜରଙ୍ଗ ପୁନିଆ।

 

୨୨-କେନ୍ଦ୍ରୀୟ କେନିଆର ଏକ ବୋର୍ଡିଂ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ଶୋଇଥିବା ଅବସ୍ଥାରେ ୧୭ ଜଣ ବାଳକଙ୍କ ମୃତ୍ୟୁ ।

 

୨୩-ମୁମ୍ବାଇରୁ ଜର୍ମାନୀ ଯାଉଥିବା ବିମାନରେ ବୋମା! ତୁର୍କୀରେ ଜରୁରୀ ଅବତରଣ କଲା ବିସ୍ତାର ଫ୍ଲାଇଟ୍।

 

୨୪-ଚୀନର ହାଇନାନରେ ସ୍ଥଳଭାଗ ଛୁଇଁଲା ମହାବାତ୍ୟା ୟାଗି, ୪ ଲକ୍ଷ ଲୋକ ସ୍ଥାନାନ୍ତର।

 

*🙏 ସୁପ୍ରଭାତ 🙏*