June 19, 2026

ସାରଳାଙ୍କ ନିତ୍ୟସେବକ ବାବାଜୀ ରାଉଳ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଆଧ୍ୟାତ୍ମିକ ପ୍ରବଚନ

IMG-20240906-WA0058
Share

   ସାରଳାଙ୍କ ନିତ୍ୟସେବକ ବାବାଜୀ ରାଉଳ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଆଧ୍ୟାତ୍ମିକ ପ୍ରବଚନ ଝଙ୍କଡ଼ ତା ୬/୯/୨୦୨୪ ଆଜିକାଲି ବାପା ମାଆ ଙ୍କ ଶ୍ରାଦ୍ଧୋତ୍ସବରେ ଭୋଜିଭାତ, ମଉଜ ମଜଳିସ ରେ ପାଳନ କରାଯାଉଥିଲା ବେଳେ, ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି, ଝଙ୍କଡ଼ ସାରଳା ପୀଠ କନକ ପୁର ଗ୍ରାମର ମାଆଙ୍କ ନିତ୍ୟସେବକ ସ୍ବର୍ଗତ ବାବାଜୀ ଚରଣ ରାଉଳ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ । ଏହି ଉପଲକ୍ଷେ ମହାମନ୍ତ୍ର ନାମ ଯଜ୍ଞ, ଗୀତା ଯଜ୍ଞ, ସାଧୁ ସନ୍ଥ ମହାତ୍ମା ପୂଜନ ଓ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଏଥିରେ ମୂଖ୍ୟଅତିଥି ଭାବେ ଯୋଗଦେଇ, ପିତା ମାତା ଙ୍କ ସମ୍ପର୍କରେ ତା ତ୍ତ୍ୱିକ ଓ ଲୌକିକ ଉଦାହରଣ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରି ସମବେତ ଶ୍ରୋତା ମାନଙ୍କୁ ମନ୍ତ୍ର ମୁଗ୍ଧ କରିଦେଇ ଥିଲେ । ପରେ ପରେ ମାଳିକା ବିଶାରଦ, ପରିବ୍ରାଜକ ପ୍ରବକ୍ତା ପ୍ରମୋଦ କୁମାର ପୃଷ୍ଟି, ଅଧ୍ୟାପକ ଧୀରେନ୍ଦ୍ର ବେହେରା, ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କମିଟି ର ଜଗତସିଂହପୁର ଜିଲ୍ଲା ଶାଖାର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ, ସ୍ବର୍ଗତ ବାବାଜୀ ଚରଣ ରାଉଳ ଙ୍କ ଜୀଵନଚର୍ଯ୍ୟl ଉପରେ ଆଲୋଚନା କରି, ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ, ସାରଳା ସେବକ ହରେକୃଷ୍ଣ ରାଉଳ ନିମନ୍ତ୍ରିତ ଅତିଥି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଭଗବତପ୍ରେମିମାନେ ଉଚ୍ଚପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା