April 30, 2026

ବୁଗୁଡ଼ା ଥାନାର ଦୁଇ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

IMG-20230907-WA0016
Share

ବୁଗୁଡ଼ା ଥାନାର ଦୁଇ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବୁଗୁଡା : ତା ୦୭/୦୮/୨୩ : ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ର ପରିସରରେ ବୁଗୁଡ଼ା ପୋଲିସ ଥାନା ପକ୍ଷରୁ ଦୁଇ ଜଣ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ଯରେ ଏକ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଯାଇଛି । ଆମ ପୋଲିସ ସମିତି ସଦସ୍ୟ ସୁରେଶ ଚନ୍ଦ୍ର ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , କେ.ନୀଳମାଧବ ଆଚାରୀ , ସୁଧାଂଶୁ ଶେଖର ପାଢ଼ୀ , ମଦନ ଗୋପାଳ ଦୋରା, ବସନ୍ତ ଦଳେଇ ପ୍ରମୁଖ ମଞ୍ଚାସୀନ ରହିଥିଲା ବେଳେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସଂଗଠନର ବ୍ଯକ୍ତିବିଶେଷ ଏବଂ ଜନପ୍ରତିନିଧିଗଣ ଉପସ୍ଥିତ ରହିଥିଲେ । ଏ ଅବସରରେ ବୁଗୁଡା ଥାନାରୁ ବଦଳି ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟରେ ବୁଗୁଡ଼ା ଥାନାର ରୂପାନ୍ତରୀକରଣ ସାଙ୍ଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ସନ୍ତୋଷଜନକ ରହିଥିବା ନେଇ ମତ ପ୍ରକାଶ ପାଇଥିଲା ବେଳେ ଉଭୟଙ୍କୁ ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଥାନା କର୍ମଚାରୀମାନେ ପରିଚାଳନା କରିଥିବା ବେଳେ ପରିଶେଷରେ ଏସ୍ଆଇ ସମୀର କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।