April 30, 2026

ଗଞ୍ଜାମ ବ୍ଲକ ରେ ମହା ସମାରୋହ ଜନ୍ମାଷ୍ଟମୀ ନନ୍ଦୋତ୍ସବରେ ପାଳିତ

IMG-20230907-WA0017
Share

ଗଞ୍ଜାମ ବ୍ଲକ ରେ ମହା ସମାରୋହ ଜନ୍ମାଷ୍ଟମୀ ନନ୍ଦୋତ୍ସବରେ ପାଳିତ
====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଗ୍ରାମ ଆରମ୍ଭରୁ ଗ୍ରାମ ଶେଷ ଯାଏ ସଂସ୍କୃତିକ କାର୍ଯ୍ୟକ୍ରମ ତଥା 4 ଟି ଭାରତଲୀଳା ନାଟକ ପରିବେଷଣ ହେଉଅଛି l ଏଥିପାଇଁ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି l ଲକ୍ଷ୍ମୀପୁର ଗ୍ରାମ ଯାତ୍ରା ପରିଚାଳନା କମିଟିଙ୍କ ଅନୁରୋଧ କ୍ରମେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଅପରାହ୍ନରେ ଯାତ୍ରା ବୁଲି ଦେଖିଥିଲେ l ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପାହାନ ବିଜେଡି ଛାତ୍ର ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ର,ବିଜେଡି ଯୁବନେତା ତଥା ପାଳିବନ୍ଧ ପଞ୍ଚାୟତ ନ୍ୟାୟବ ସରପଞ୍ଚ କୃଷ୍ଣଚନ୍ଦ୍ର ପ୍ରଧାନ, ସରପଞ୍ଚ ପ୍ରତିନିଧି ବିଦୁ ପ୍ରଧାନ, ସୁମୁନାଥ ରେଡ଼ି ପ୍ରମୁଖ ଉପସ୍ଥିତ ଥିଲେ l ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦୋତ୍ସବ ପାଇଁ 12 ଟାରେ ଯାତ୍ରା ଆରମ୍ଭ ହୋଇଥିଲା l ଯାତ୍ରା ଦେଖିବା ଲାଗି ଆଖପାଖ ଅଂଚଳର ବହୁ ଦର୍ଶକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା l

You may have missed