April 29, 2026

ଆଗକୁ ମୋତେ ଉଚିତ ନ୍ୟାୟ ନମିଳିଲେ ମୁଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବି କହିଛନ୍ତି ହୋଟେଲ ମ୍ୟାନେଜର ତ୍ରିଲୋଚନ

IMG-20250807-WA0092
Share

ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀ ସୋମ୍ୟାଶ୍ରୀ ପେଟ୍ରୋଲ ଢାଳିହୋଇ ଆତ୍ମାହୁତି ଦେଲାପରେ ଏବେ ଶିକ୍ଷିତ ଛାତ୍ରଛାତ୍ରୀ ଯୁବକ ଯୁବତୀ ବିଭିନ୍ନ ଦାବିପାଇଁ ଆତ୍ମାହୁତି ଦେବାକୁ ପଛାଉ ନାହାନ୍ତି l ଏଭଳି ଘଟଣା ଆଜି ପୁରୀରେ ଜଣେ ଶିକ୍ଷିତ ଯୁବକ ପାଠ ପଢିବା ସହିତ ହୋଟେଲ ରେ ରାତ୍ରି ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି, ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଉଚିତ ନ୍ୟାୟ ନମିଳିଲେ ସେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ଆସନ୍ତୁ ଆମେ ସମ୍ପୂର୍ଣ୍ଣ ଘଟଣାକୁ ଯିବା l ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଦେକୁଦି ଗ୍ରାମର ତ୍ରିଲୋଚନ ବାରିକ ପୁରୀରେ ରହି ପାଠପଢିବା ସହିତ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ପୁରୀ ଚକ୍ରତୀର୍ଥ ରୋଡ଼ ବେଳାଭୂମି ସ୍ଥିତ ହୋଟେଲ ଲିଓ କାଷ୍ଟେଲ ରେ ରାତ୍ରି ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି l ଗତ ଅଗଷ୍ଟ ଚାରି ତାରିଖ ରାତି ତିନିଟାରେ ବଳଭଦ୍ରଙ୍କ ରଥର ବାଡ଼ଗ୍ରାହୀ ହଳଧର ଦାସମହାପାତ୍ରଙ୍କ ମଝିଆ ପୁଅ ଜଗଦିଶ ଦାସମହାପାତ୍ର ଏବଂ ଦୋଳମଣ୍ଡପ ସାହିର ଚନ୍ଦ୍ରମାଧବ ସାମନ୍ତରାୟ ନିଶାଗ୍ରସ୍ତ ଅବସ୍ଥାରେ ହୋଟେଲ ରେ ପଶି ତ୍ରିଲୋଚନଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ଅନ୍ୟ ଷ୍ଟାପ ମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ l ସେହି ସମୟରେ ପୁରୀ ସିବିଚ ଥାନା ପୋଲିସ ଅଭିଯୁକ୍ତ ଦୁଇ ଅସାମାଜିକ ଯୁବକଙ୍କୁ ଗିରଫ କରିବା ସହିତ ବାଇକକୁ ଜବତ କରି ନେଇଥିଲା ପୋଲିସ l ତ୍ରିଲୋଚନକୁ ଅତର୍କିତ ମାଡ଼ର ଭିଡିଓ ସିସିଟିଭି କ୍ୟାମେରା ରେ କଏଦ ହୋଇଥିଲା l ସେହି ସିସିଟିଭି ର ଭିଡିଓ ଗୁଡିକୁ ହୋଟେଲ ର ମାଲିକ ବିଶ୍ୱାନନ୍ଦ ଭ୍ରମରବର ରାୟ ସିବିଚ ଥାନାରେ ଦେଖାଇବା ସହିତ ଏହାର କପି ଥାନାଧିକାରୀଙ୍କୁ ଦେଇଥିଲେ l ପୋଲିସ ଆସାମୀ ମାନଙ୍କୁ ଚାରି ତାରିଖ ଭୋର ଚାରିଟାରେ ଗିରଫ କରି ସେହି ଚାରି ତାରିଖ ସକାଳ ନଅଟାରେ ଛାଡିଦେଇଥିଲା l ଏବଂ ଦୁଇଦିନ ପରେ ଆଜି ତଦନ୍ତ କରିବାକୁ ପୋଲିସ ଆସିଥିଲା l ପୋଲିସ କୌଣସି ତଦନ୍ତ ନକରି ଆସାମୀ ଦ୍ବୟଙ୍କୁ ଛାଡ଼ିଦେବା, ତଦନ୍ତ ବିଳମ୍ବରେ କରିବାସହିତ ତ୍ରିଲୋଚନଙ୍କୁ ଇଆଡୁ ସିଆଡୁ ପଚାରିବା ତ୍ରିଲୋଚନ କୁ ଠିକ ଲାଗିନଥିଲା ତେଣୁ ସେ ଗଣମାଧ୍ୟମ ଆଗରେ ଜଣାଇଛନ୍ତି ଯେ ଆସାମୀମାନଙ୍କୁ ଗିରଫ ନକରି ଯଦି ଜେଲ ହାଜତକୁ ନପଠାଯାଇ ମୋତେ ଉଚିତ ନ୍ୟାୟ ନମିଳିଲେ ମୁଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବି ବୋଲି କହିଥିବା ବେଳେ ଅପରପକ୍ଷେ ପୋଲିସ କାହିଁକି ଆସାମୀ କୁ ଛାଡିଲେ ସେଥିରେ ମୋର କିଛି କହିବାର ନାହିଁ, ପୋଲିସ ଡେରିରେ ତଦନ୍ତ କରିଲା ମୋର ସେଥିରେ କିଛି କହିବାରେ ନାହିଁ ଯଦି ତମର ମୋ ଉପରେ ରାଗଥିଲା ତମେମାନେ ମୋତେ ନମାରି ରାତି ତିନିଟାରେ ମୋ ଷ୍ଟାପ ମାନଙ୍କୁ ଅତର୍କିତ ଆକ୍ରମଣ କଲ କଣପାଇଁ? ମୋ ପିଲାମାନଙ୍କୁ ଉଚିତ ନ୍ୟାୟ ଦେବାପାଇଁ ମୁଁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯିବି ଯଦି ସୁପ୍ରିମ କୋର୍ଟ ହାରମାନେ ଭଗବାନ ମୋ ପିଲାଙ୍କୁ ଉଚିତ ନ୍ୟାୟଦେବେ ବୋଲି କହିଛନ୍ତି ହୋଟେଲ ମାଲିକ ବିଶ୍ୱାନନ୍ଦ ଭ୍ରମରବର ରାୟ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed