April 16, 2025

ମିଟର ରିଡରଙ୍କୁ ଅମାନୁଷିକ ମିଟର ରିଡରଙ୍କୁ ଅମାନୁଷିକ ହତ୍ୟା

Share

ମିଟର ରିଡରଙ୍କୁ ଅମାନୁଷିକ ମିଟର ରିଡରଙ୍କୁ ଅମାନୁଷିକ ହତ୍ୟା—–
ବେଲଗୁଣ୍ଠା —-ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅଧୀନ କୁପାଟି ଗ୍ରାମରେ ଆଜି ପୂର୍ବାହ୍ନ ରେ ଏକ ଜଘନ୍ୟ ହତ୍ୟା କାଣ୍ଡ ସଂଗଠିତ ହୋଇଛି |ବିଦ୍ୟୁତ ବିଭାଗ ପକ୍ଷରୁ ମିଟର ରିଡିଙ୍ଗ ନେଉଥିବା ସମୟରେ ଜଣେ ଗ୍ରାହକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି | ଘଟଣା ସ୍ଥଳରେ ସମ୍ପୃକ୍ତ ମିଟର ରିଡରଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ତାଙ୍କୁ ବଂଚେଇବାକୁ ଯାଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ସୂଚନା ଅନୁଯାୟୀ ଗ୍ୟାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଆଜି ସକାଳ ସମୟରେ କୁପଟିକୁ ମିଟର ରିଡିଙ୍ଗ ନେବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ଗ୍ରାମର ଗୋବିନ୍ଦ ସେଠି ଧାରୁଆ ଅସ୍ତ୍ର ରେ ଆକ୍ରମଣକରି ହତ୍ୟା କରିଥିଲେ |ସ୍ଥାନୀୟ ଲୋକ ଏହାକୁ ପ୍ରତିରୋଧ କରିବାକୁ ଯାଇଥିବା ବେଳେ ରିଙ୍କୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାମ ହାତ ଆଙ୍ଗୁଠି କଟିଯାଇଥିଲା | ଏହି ସମୟରେ ଅଭିଯୁକ୍ତ ତଳେ ପଡିଯିବାରୁ ସେ ମଧ୍ୟ ସାମାନ୍ୟ ଆହତ ହୋଇଯାଇଥିଲା |ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିବା ସହ ତଦନ୍ତ ଆରମ୍ଭ କରିଛି |
(ଜଗନ୍ନାଥ ନାୟକ ଙ୍କ ରିପୋର୍ଟ)ହତ୍ୟା—–

(ଜଗନ୍ନାଥ ନାୟକ ଙ୍କ ରିପୋର୍ଟ)