June 8, 2026

ବଢ଼ୁଛି ଅପମିଶ୍ରିତ ଖାଦ୍ୟ ,ପ୍ରଶାସନର ଲୋକ ଦେଖାଣିଆ ଚଢ଼ାଉ

IMG-20260607-WA0033
Share

 

ବୋଲଗଡ଼,୦୭/୦୬(ଉପାନ୍ତ ଖବର): ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ମଧ୍ୟ ଭାଗରେ ଅବସ୍ଥିତ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହେଉଛି

ରାଜସୁନାଖଳା। ଏହି ଅଞ୍ଚଳରେ ବିଭିନ୍ନ ହୋଟେଲ , ଫାଷ୍ଟଫୁଡ୍ , ଉଠା ଜଳଖିଆ ଦୋକାନ ଓ ମିଠା ଦୋକାନ ଆଦି ରହିଛି ।ଯେଉଁ ଥିରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ପଦାର୍ଥ ବିକ୍ରି ହେଉ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ସ୍ଥାନୀୟ ଅଞ୍ଚଳରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଶତାଧିକ ଷ୍ଟ୍ରିଟ୍‌ଫୁଡ୍ ଓ ଫାଷ୍ଟଫୁଡ୍‌ର ଅସ୍ଥାୟୀ ଦୋକାନ ଖୋଲି ଚାଲିଛି । କିଛି ସ୍ଥାନରେ ବାସି ଖାଦ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଖାଦ୍ୟର ମାନ ତଦାରଖ ପାଇଁ ବିଭାଗ ପକ୍ଷରୁ କୌଣସି ଯାଞ୍ଚ କରାଯାଉ ନାହିଁ । ଫଳରେ ଦୋକାନୀମାନେ ବେଖାତିର ଭାବରେ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବିନାଖାଦ୍ୟ ଲାଇସେନ୍ସ କରି ଅସ୍ଥାୟୀ ଦୋକାନ ମାନେ ଛତୁ ଫୁଟିବା ପରି ରାସ୍ତା କଡ଼ରେ ଖୋଲି ଚାଲିଛି । ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ବାରା ଗ୍ରାମବାସୀମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ଯ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୌଣସି ଚଢ଼ାଉ କରାଯାଉନାହିଁ। ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୁଚିତ୍ ଚଢ଼ାଉ ହେଉଥିବା ବେଳେ ଶନିବାର ଦିନ ମଧ୍ୟାହ୍ନ ସମୟରେ ଏକ ଲୋକ ଦେଖାଣିଆ ଚଢ଼ାଉ କରା ଯାଇଥିଲା। ଯେଁଉ ଥୀରେ ହାତ ଗଣତି ୨ଟି ମିଠା ଦୋକାନ ଓ ଗୋଟିଏ ହୋଟେଲ ପରିଦର୍ଶନ କରି ଲାଇସେନ୍ସ ଯାଞ୍ଚ କରିଥିଲେ। ଏଥିରେ କିଛି ଦୋକାନୀ ଭୟ ଭିତ ହୋଇ ଦୋକାନ ବଜାର ବନ୍ଦ କରି ଦେଇ ଥିବାର ଦେଖିବାକୁ ମିଳିଥିଲା। ତେବେ ସାଧାରଣ ଚଢ଼ାଉରେ ଦୋକାନ ବଜାର ବନ୍ଦ ରହୁ ଥିବା ବେଳେ ସ୍ଵତନ୍ତ୍ର ଚଢ଼ାଉ କରାଗଲେ ନିଶ୍ଚିତ ଭାବରେ ଅପମିଶ୍ରିତ ଖାଦ୍ୟକୁ ରୋକା ଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed