ମୋହନା ବ୍ଲକ ର ପିଣ୍ଡିକି ଠାରେ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ…

ମୋହନା(ଜୁନେସ ଶବର)ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ଏବଂ ଯୋଡାଆମ୍ବ ଠାରେ ଅବସ୍ଥିତ ଥିବା ଦୁଇଟି ବିଦ୍ୟାଳୟ କୁ ରାଜ୍ୟ ସରକାର ଦ୍ୱିତୀୟ ଦଫା ରେ ଘୋଷଣା ହୋଇଥିବା ୨୦୪ ଟି ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର ଏକ ବିଦ୍ୟାଳୟ ରେ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ଅନୁଷ୍ଠାନିକ ଭାବେ ଯୋଜନାର ଶୁଭ ଦେଇଛନ୍ତି।ମୋହନା ବ୍ଲକର ପିଣ୍ଡିକି ଠାରେ ଅନୁଷ୍ଠିତ ହୋଇଥିବା ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସ୍ୱାଗତ କରିବା ସଙ୍ଗେ ଦୁର୍ଗମ ଅଞ୍ଚଳରେ ରହି ଅଧ୍ୟୟନ କରୁଥିବା
ଗରିବ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ପାଇବା ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ କରିଥିବାରୁ ସରକାର ଙ୍କୁ ଧନ୍ୟବାଦ ଦେବା ସଙ୍ଗେ ଯୋଜନାର ସଫଳ ରୂପାୟନ କାମନା କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ସମିତି ସଭ୍ୟ ରମେଶ ବିଷୋୟୀ, ସରପଞ୍ଚ ରାଜ କିଶୋର ମଲ୍ଲିକ, ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଏସ. ମୀରାବାଈ ଙ୍କ ସମେତ ଶିକ୍ଷା ବିଭାଗର ଅଧିକାରୀ ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ଅଞ୍ଚଳ ର ସମସ୍ତ ଛାତ୍ର ଛାତ୍ରୀଙ୍କ ସହିତ ଅବିଭାବକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଗୁରୁତ୍ୱ ଦେଇ ଓଡ଼ିଶାରେ ୨୨୦୦ ଟି ବିଦ୍ୟାଳୟ ଖୋଲିବା ଯୋଜନା କରିଥିବା ବେଳେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ଯୋଜନା କରିଥିବା ଜଣାପଡିଛି।
