May 10, 2026

ବଦଳିବ ସରକାରୀ ସ୍କୁଲ ରଙ୍ଗ,ହେବ ଗେରୁଆ

IMG-20250307-WA0002
Share

 

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ରାଜ୍ୟରେ ବଦଳିବ ସବୁ ସ୍କୁଲ କୋଠାର ରଙ୍ଗ ।

ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ବୁଧବାର ଦିନ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସଇପିଏ) ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସରକାରୀ ଚିଠି ପଠାଯାଇଛି। ସରକାରୀ ଚିଠିରେ ଲେଖାଯାଇଛି, ସରକାର ନୂତନ ରଙ୍ଗ କୋଡ୍ ଅନୁମୋଦନ କରିବାକୁ କହିଛନ୍ତି। ଏଥିରେ ରଙ୍ଗ କୋଡର କପି ସଂଲଗ୍ନ କରାଯାଇଛି। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ ସମେତ ସମସ୍ତ ସରକାରୀ ବିଦ୍ୟାଳୟରେ ନିର୍ମାଣ, ମରାମତି ଏବଂ ନବୀକରଣ କାର୍ଯ୍ୟ ସମୟରେ ଅନୁମୋଦିତ ରଙ୍ଗ କୋଡ୍ ଗ୍ରହଣ କରିବା ପାଇଁ ସମ୍ପୃକ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରାଯାଉଛି। ଏହି ନିର୍ଦ୍ଦେଶ ସ୍କୁଲ କୋଠାଗୁଡ଼ିକର ରଙ୍ଗ କୋଡ୍ ସମ୍ବନ୍ଧୀୟ ସମସ୍ତ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରିବ ।

 

କିଛିଦିନତଳେ ସରକାରୀ କୋଠାର ରଙ୍ଗ ବଦଳାଇ ଥିଲେ ସରକାର । କୋଠାର ବାହ୍ୟ କାନ୍ଥ କମଳା ରଙ୍ଗର ହେବ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ପକ୍ଷରୁ ଇଂଜିନିୟର ଇନ ଚିଫଙ୍କୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଥିଲା ଯେ ନୂଆ ସରକାରୀ କୋଠା ବା ପୁରୁଣା କୋଠାର ରଙ୍ଗ ପରିବର୍ତ୍ତନ ହେବ । ଚିଠିରେ ଲେଖାଯାଇଥିଲା ଯେ ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ବଦଳିବ । ବାହାର କାନ୍ଥ କମଳା ରଙ୍ଗର ହେବାକୁ ଥିବାବେଳେ ବର୍ଡ଼ରରେ ନାଲି ରଙ୍ଗ ଦିଆଯିବ ।