April 25, 2026

ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ,ସଂମପୁର ବାର୍ଷିକ ଉତ୍ସବ୨୦୨୩-୨୪ ପାଳିତ…

yhgu
Share

ବୋଲଗଡ଼, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ,ସଂମପୁର ରେ ଚଳିତ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ୨୦୨୩-୨୪ ମହାସମାରୋହ ରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଙ୍କ ସଭାପତିତ୍ବ ରେ ଏହି ଉତ୍ସବ ପାଳିତ ହୋଇଥିଲା।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ନିରଞ୍ଜନ ମାହାନ୍ତି,ଗୋଷ୍ଠି ଶିକ୍ଷା ଅଧିକାରୀ ଗୋକୁଳଚନ୍ଦ୍ର ବଳବନ୍ତରାୟ,ମଣ୍ଡଳ ସଂଯୋଗ ପଦ୍ମ ଚରଣ ବେହେରା,ସହ ଗୋଷ୍ଠୀ ଶିକ୍ଷାଅଧିକାରୀ କୈଳାସନାଥ ସ୍ୱାଇଁ, ସହ ଶିକ୍ଷା ଗୋଷ୍ଠୀ ଅଧିକାରିଣୀ ଅମିତା ମିଶ୍ର, ଖଙ୍ଗୁରିଆ ସରପଞ୍ଚ ଜଳଧର ମହାନ୍ତି,ସମିତି ସଭ୍ୟା ସମ୍ବିତ ଭୁଷଣ ରାଉତରାୟ, ମୋ ସ୍କୁଲ କମିଟିର ସଭାପତି ଅନୁପ ପାଢି ପ୍ରମୁଖ ଯୋଗ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସ୍ୱାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଶୈଳବାଳା ମଲ୍ଲିକ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ସ୍ୱାଗତ ଭାଷଣ ବିଶ୍ୱଜିତ ସରୋଜ କୁମାର କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗ ରେ ପୂର୍ବରୁ ହୋଇଥିବା ମନ ଛୁଆଁ ଗୀତ ଓ ନାଚ, କଳା, ସାହିତ୍ୟ ସଂସ୍କୃତି ପ୍ରଭୁତି ପ୍ରତିଯୋଗିତା କରିଥିଲେ l ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ ଅତିଥି ମାନେ ପୁରସ୍କାର ପ୍ରଦାନ କରିବା ସହିତ ଉତ୍ତରୀୟ ଓ ଟ୍ରଫି ଆଦି ପ୍ରଦାନ କରିଥିଲେ lଏଥିରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ଏହି ଅବସରରେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶ୍ରୀଯୁକ୍ତ ସ୍ୱାଇଁ ଙ୍କ ରଚନା ଓ ପ୍ରଦୀପ କୁମାର ପରିଡ଼ା ନିର୍ଦ୍ଦେଶନାରେ “ଘର ଭଙ୍ଗେଇ ଆରପାରିରେ” ସାମାଜିକ ନାଟକ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ,ପରିଚାଳନା ପରିଷଦ ଓ ମୋ ସ୍କୁଲ କମିଟିର ସଭ୍ୟ ସଭ୍ୟା ସଂପୁର ଗ୍ରାମବାସୀ ସହଯୋଗ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed