May 11, 2026

ଚିକିଟି ଖେମୁଣ୍ଡି ହଳଦିଆ ତୈଳୀକ ବୈଷ୍ୟ ସମାଜ ର ବନ୍ଧୁ ମିଳନ, ଶୀତବସ୍ତ୍ର ଓ ଚାଉଳ ବଣ୍ଟନ..

IMG-20250107-WA0069
Share

      ଚିକିଟି ଖେମୁଣ୍ଡି ହଳଦିଆ ତୈଳୀକ ବୈଷ୍ୟ ସମାଜ ର ବନ୍ଧୁ ମିଳନ, ଶୀତବସ୍ତ୍ର ଓ ଚାଉଳ ବଣ୍ଟନ।ଶ୍ରୀ ଶ୍ରୀ ଶ୍ରୀ ରତାନେଶ୍ୱର ମନ୍ଦୀର କଲ୍ୟାଣୀ ମଣ୍ଡପରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ସମାଜ ତରଫରୁ ଏହିଭଳି କରାଯାଉଛି । ସମାଜର ଜାତି ଭାଇଭଉଣୀ ଓ ଅସହାୟ ମାନଙ୍କୁ ଶୀତବସ୍ତ୍ର ଓ ଚାଉଳ ବଣ୍ଟନ କରାଯାଇଥିଲା। ଇଂରାଜୀ ୨୦୨୫ ବର୍ଷ ର ନୂଆ କ୍ୟାଲେଣ୍ଡର ଓ ପରିବାର ତାଲିକା ସମାଜର କର୍ମକର୍ତ୍ତା ଙ୍କୁ ବଣ୍ଟନ କରାଯାଇଥିଲା। ଏହି ବୈଠକ ରେ କେନ୍ଦ୍ରୀୟ ପରିଷଦର ସଭାପତି ଶ୍ରୀ ଦଣ୍ଡାସୀ ସାହୁ ସଭାପତିତ୍ବ କରିଥିଲେ। ବୈଠକ ରେ ବିଭିନ୍ନ ପ୍ରକାର ଆଲୋଚନା କରି ଶ୍ରୀ ଦଣ୍ଡାସୀ ସାହୁ କର୍ମକର୍ତ୍ତା ମାନଙ୍କୁ ସମାଜ କେଉଁଭଳି ଆଗକୁ ନେବା ପାଇଁ ବୁଝାଇଥିଲେ। ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରୀୟ ପରିଷଦର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ , ଉପଦେଷ୍ଟା ଯୋଗୀ ସାହୁ , ଉପଦେଷ୍ଟା ଶରତ ସାହୁ , ଉପସଭାପତି ପ୍ରଶାନ୍ତ ସାହୁ ( ଚିକିଟି) , ଉପସଭାପତି ପ୍ରଶାନ୍ତ ସାହୁ ( ମୋହନା ) , ଉପସଭାପତି ଅଭିମନ୍ୟୁ ସାହୁ ( ବଡ଼ ଖେମୁଣ୍ଡୀ ) , ସଂଗଠନ ସମ୍ପାଦକ ବୁଲୁ ସାହୁ , ଅଫିସ ସମ୍ପାଦକ ଲକ୍ଷ୍ମଣ କୁମାର ସାହୁ । ଛଅ ଗୋଟି ଆଞ୍ଚଳିକ ପରିଷଦ ର ସଭାପତି ଓ ସମ୍ପାଦକ ମାନେ , ଗ୍ରାମ ପରିଷଦର ସଭାପତି ଓ ସମ୍ପାଦକ ମାନେ , ସମାଜ ର ଭାଇଭଉଣୀ, ବୃଦ୍ଧାବୃଦ୍ଧି ଓ ଅସହାୟ ମାନେ ଯୋଗ ଦେଇଥିଲେ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଅସହାୟ ମାନଙ୍କୁ ପାଣ୍ଡିରି ଗ୍ରାମ ପରିଷଦର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ ଶୀତବସ୍ତ୍ର ଏବଂ କର୍ମକର୍ତ୍ତା ମାନଙ୍କୁ ଉପଡୋକନ ପ୍ରଦାନ କରିଥିଲେ । ପାଣ୍ଡିରି ଆଞ୍ଚଳିକ ର ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ସାହୁ ବୃଦ୍ଧାବୃଦ୍ଧି , ଅସହାୟ ମାନଙ୍କୁ ୧୦ k.g ଚାଉଳ ବଣ୍ଟନ କରିଥିଲେ। ବଡଖେମୁଣ୍ଡି ଆଞ୍ଚଳିକ ର ସଭାପତି ଓ କର୍ମଚାରୀ ମାନେ ସାଜସଜ୍ଜା ଏବଂ ଖାଦ୍ୟ ପାନୀୟ ର ବ୍ୟବସ୍ଥା ସୂଚାରୁ ରୂପେ କରିଥିଲେ । ଚାରି ଗୋଟି ଆଞ୍ଚଳିକ( ପାଣ୍ଡିରି , ଚିକିଟି , ସୋରଡ଼ା , ପଦ୍ମପୁର ) ପ୍ରାୟେ ୩୦୦ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ଶେଷରେ ସଭାପତି ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା।