May 11, 2026

ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ..

IMG-20250107-WA0063
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ) ଲଷ୍ମୀପୂର ପଂଚାୟତରେ

ଭବାନୀପାଟଣା ବ୍ଲକରେ ପ୍ରଥମେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ବି. ଡ଼ି. ଓ ଶ୍ରୀଯୁକ୍ତ ଚନ୍ଦନ କୁମାର ଭୋଇ, ବ୍ଲକ ଚେୟାରମେନ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ, ବ୍ଲକ ଭାଇସ ଚେୟାରମେନ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ପ୍ରମୁଖ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏଥିରେ ଲଷ୍ମୀପୂର ସରପଞ୍ଚ ଶ୍ରୀଯୁକ୍ତ ରମେଶ ନାଏକ ଏବଂ ନାଏବ ସରପଞ୍ଚ ଶ୍ରୀମତୀ ନିର୍ମଳା ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ ଓ ମଞ୍ଚ ଆରମ୍ଭ ପୂର୍ବକ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରିବା ସହ କଳାର ହାଣ୍ଡି କଳାହାଣ୍ଡିର କଳା ଓ ସଂସ୍କୃତି ଉପରେ ନିଜର ଅଭିଭାଷଣରେ କହିଥିଲେ। ଏହାପରେ ମାନ୍ୟବର ବି. ଡ଼ି. ଓ ଏହି ଅବସରରେ ନିଜ ଅଭିଭାଷଣରେ କହିଥିଲେଯେ ଏହି କାର୍ଯ୍ୟକ୍ରମରେ ସେ ବହୁତ ଖୁସି ଅଛନ୍ତି ଯେ ଏହି ଉତ୍ସବ ଜରିଆରେ ଜିଲ୍ଲାର ଲୁଚି ଯାଉଥିବା କଳା ଓ ସଂସ୍କୃତିକୁ ଗ୍ରାମ୍ୟ ଗ୍ରାମ୍ୟ କଳାକାରଙ୍କ ଦ୍ଵାରା ଗ୍ରାମ୍ୟ ସ୍ତରରୁ ଲୋକଲୋଚନକୁ ଅଣାଯାଉଥିବାରୁ। ଏଥିପାଇଁ ସେ ଲଷ୍ମୀପୂର ସରପଞ୍ଚ ଓ ସମିତିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ଏହା ପରେ ସେଠାରେ ବିଶ୍ୱ ପ୍ରସିଦ୍ଧ ଘୁମୁରା ବାଦ୍ୟ ପରିବେଷଣ କରାଯାଇଥିଲା। ଏହାପରେ ପଂଚାୟତର ୬ ଗୋଟି ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ,ସଂଗୀତ, ଚିତ୍ରକଳା, ହୁଳହୁଳି, ରଚନା ପ୍ରତିଯୋଗିତା ଆଦି କରାଯାଇଥିଲା। ଏହି ଉତ୍ସବରେ ପଂଚାୟତର ହଜାର ହଜାର ଲୋକ ଉପସ୍ଥିତ ଥିଲେ।ଏହି ସବୁ ପ୍ରତିଯୋଗିତାର ଗୁଡିକ ପଞ୍ଚାୟତର ବିଶିଷ୍ଠ ବ୍ୟକ୍ତି ସମିତି ସଭ୍ୟ ଶ୍ରୀ ଲଳିତ ମୋହନ ସା, ଶ୍ରୀଯୁକ୍ତ ଦେବେନ୍ଦ୍ର ବିଶ୍ୱାଳ, ଶ୍ରୀଯୁକ୍ତ ଅମିତ ବିଶ୍ୱାଳ,ସମିତିସଭ୍ୟା ଶ୍ରୀମତୀ ମିଲି ମାଝୀ, ସମିତିସଭ୍ୟ ଶ୍ରୀଯୁକ୍ତ ମନୋଜ ମାଝୀ, ୱାର୍ଡ ମେମ୍ବର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାଏକ ଓ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଦି ପରିଚାଳନା କରି ଥିଲେ। ପ୍ରତିଯୋଗିତା ଶେଷରେ ବିଜେତାଙ୍କୁ ମାନ୍ୟବର ବି. ଡ଼ି. ଓ ପୁରସ୍କୃତ କରିଥିଲେ।