May 11, 2026

ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମହୋନଚରଣ ମାଝୀ,

IMG-20250107-WA0067
Share

ପୁରୀ ( ଦେବାଶିଷ ଦାଶ୍ )

ଶ୍ରୀଜଗନ୍ନାଥ ଚେତନା ଗବେଷଣା, ପୁରୀ ପକ୍ଷରୁ ଆୟୋଜିତ ତିନି ଦିନିଆ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ।

ଜୟ ଜଗନ୍ନାଥ, ଏହି ଦୁଇ ପଦ କେବଳ ଦୁଇଟି ଶବ୍ଦ ନୁହେଁ, ଏହା କୌଣସି ମନ୍ତ୍ର ଠାରୁ କମ ନୁହେଁ। ଯେ କୌଣସି ସମୟରେ, ଯେ କୌଣସି ପରିସ୍ଥିତି, ଯେ କୌଣସି ମାନସିକ ଅବସ୍ଥାରେ ଜଣେ ଥିଲେ ମଧ୍ୟ, ଏହା ଶରୀରରେ ନୂତନ ଉତ୍ସାହ, ନୂଆ ଉଦ୍ଦୀପନାରେ ଭରିଦିଏ,

ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର କେବଳ ଦାୟିତ୍ଵ ନୁହେଁ, ଏହାର ପ୍ରଚାର ପ୍ରସାର ପାଇଁ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ, ଏବଂ ସବୁଠାରୁ ବଡ ଦାୟିତ୍ଵ ନିଶ୍ଚିତ ଭାବେ ସରକାର ଙ୍କର।

ତେଣୁ, ଆମ ସରକାରଙ୍କ ପ୍ରଥମ କ୍ଯାବିନେଟରେ ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ଏବଂ ତା ପରଦିନ ଅର୍ଥାତ ଜୁନ ୧୩ ତାରିଖ ଦିନ ଚାରିଦ୍ଵାର ଖୋଲାଯାଇଥିଲା। ଆମ ସରକାର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ପ୍ରଚାର ପ୍ରସାର ତଥା ବିକାଶ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବାକୁ ପ୍ରତିବଦ୍ଧ।