June 21, 2026

ଅସହାୟ ମହିଳାଙ୍କୁ ସହାୟତାରେ ହାତ ବଢ଼ାଇଲେ ସମାଜସେବୀ 

IMG-20241106-WA0046
Share

 

 

ସମ୍ବଲପୁର, ତା. ୦୬. ୧୧(ଆନିସ):ଚେରୁଆପଡା ର ଭକ୍ତ ବାଗ କୌଣସି କାମରେ ଜୋଗୀପାଲି ଯାଇଥିଲେ କାମସାରି ଫେରିଲାବେଳେ ରୋଡ଼ ଉପରେ ଗୋଟେ ଦୋକାନ ବାରଣ୍ଡାରେ ଜଣେ ଆନୁମାନିକ 30 35 ବର୍ଷୀୟା ମହିଳା ଙ୍କୁ ଅସହାୟ ଅବସ୍ଥାରେ ଥିବାର ଦେଖିଲେ ସ୍ଥାନୀୟ ଲୋକଙ୍କୁ ପଚାରି ଜାଣିବାକୁ ପାଇଲେ ସେ ଦୁଇ ତିନି ଦିନ ହେଲା ସେଠାରେ ରହୁଛି ଏବଂ ସେ ମହିଳା ଜଣକ ପ୍ରେଗନେଟ ମଧ୍ୟ ଅଛନ୍ତି ବୋଲି l ସେ ସାମାନ୍ୟ ମାନସିକ ରୋଗୀ ଭଳିଆ ମଧ୍ୟ ଜଣାପଡୁଛନ୍ତି l ଭକ୍ତ ବାଗ ସମ୍ବଲ ଅନୁଷ୍ଠାନ ର ସମାଜସେବୀ ରାମଦାସ ପଣ୍ଡା ଙ୍କୁ ଉକ୍ତ ବିଷୟରେ ଜଣାଇଲେ l ରାମଦାସ ସାଙ୍ଗେ ସାଙ୍ଗେ ଜୋଗୀପାଲି ଯାଇ ଗୁରୁଜୀତ ସିଂ ରାଇନା ଏବଂ ଭକ୍ତ ଭାଇ ସହ ମିଶି ସେ ମହିଳାକୁ ଉଦ୍ଧାର କରି ଦିଗଦର୍ଶନ ପଳେଇ ଙ୍କ ଗାଡି ରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ସ୍ଥିତ ୱାନ ଷ୍ଟେପ ସଖି ସେଣ୍ଟର ରେ ଥଇଥାନ କରେଇଛନ୍ତି।