June 21, 2026

ଗଜପତି:- ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

IMG-20241106-WA0045
Share

   ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକର ବିଭିନ୍ନ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗୁରାଣ୍ଡୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ସଚେତନତା ଅଭିଯାନ ୨-୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ଏହି ଅବସରରେ ଗୋଷାଣୀ ବ୍ଲକର ଗୁରାଣ୍ଡି ସ୍ଥିତ ମୀନକେତନ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ାଃ ଲତିକା ବେହେରା , ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗୋଦାବରୀ ଜେନା , ଅଧ୍ୟାପକ ଲମ୍ବୋଦର ରାଉତ , ଅଧ୍ୟାପିକା ସୁନୀତା ବେହେରା , ଅଧ୍ୟାପିକା ମୀନାକ୍ଷୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ ।

   ସେହିଭଳି ଗାରାବନ୍ଧ ସ୍ଥିତ ଶ୍ରିଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଆୟୁଷ ଡ଼ାଃ ପୂର୍ଣ୍ଣଚନ୍ଦ୍ର ପାତ୍ର , ପିଏଚଇଓ: ମମତା ପାଢ଼ୀ , ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ତିରୁମାଲା ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହି ତମାଖୁମୁକ୍ତ ଅଭିଯାନ ସମ୍ପର୍କରେ କହିଥିଲେ ।

  ସେହିଭଳି ଲିଙ୍ଗିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଆୟୁଷ ଡ଼ାଃ ପୂର୍ଣ୍ଣଚନ୍ଦ୍ର ପାତ୍ର , ପିଏଚଇଓ: ମମତା ପାଢ଼ୀ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀ ଦୁର୍ଗା ଯାଦବ ରାଓ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ତମାଖୁ ମୁଖ୍ୟ ଅଭିଯାନ ଉପରେ ସଚେତନ କରାଇଥିଲେ ।

   ସମସ୍ତ ଠାରେ ଏହି ଅବସରରେ ସଂପୃକ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବା ପାଇଁ ଶପଥ ପାଠ କରାଯିବା ସହ ଅନ୍ୟମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶୋଭାଯାତ୍ରା ମଧ୍ୟ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଏବଂ ବ୍ୟାନର ଧରି ଗ୍ରାମ ପରିକ୍ରମା କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ ।

  ସଭା କାର୍ଯ୍ୟକ୍ରମରେ ମୁଖ୍ୟତଃ ଛାତ୍ରଛାତ୍ରୀ ମାନେ ପାଠପଢା ସହ ଯୁବା ବୟସରେ ତମାଖୁ ସେବନ କରି କିଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି , ଘରେ ପରିବାର ମଧ୍ୟରେ କିଭଳି ଏହି ତମାଖୁ ସେବନ ଦ୍ଵାରା ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଏହା ଦ୍ଵାରା କିଭଳି ଛାତ୍ରଛାତ୍ରୀ ପାଠ ଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କରିଥାନ୍ତି ଏବଂ ତାର କୁ ପରିଣାମ ପ୍ରଭୃତି ସମ୍ପର୍କରେ କହି ସଚେତନ କରା ଯାଇଥିଲା ଏବଂ ଏହି ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ସମସ୍ତେ ସାମିଲ ହୋଇ ଏକ ସୁସ୍ଥ ଓ ତମାଖୁ ମୁକ୍ତ ସମାଜ ଗଠନ ଦିଗରେ ନିଜକୁ ସାମିଲ କରିବାକୁ ଆହ୍ବାନ କରା ଯାଇଥିଲା ।

———————————————

   ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————+—-