June 21, 2026

ପାଲା କଳାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛନ୍ତି ମଲ୍ଲିପଦର ଗ୍ରାମବାସୀ 

IMG-20241106-WA0033
Share

 

ବେଗୁନିଆ,(ଉପାନ୍ତ ଖବର) : କଳା, ସଂସ୍କୃତି ଏବଂ ସାହିତ୍ୟ ପାଇଁ ଆମ ରାଜ୍ୟ ଓଡିଶା ବିଶ୍ୱ ଦରବାର ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମ ରାଜ୍ୟରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ପର୍ବପର୍ବାଣି, ନୀତିନିୟମ ସମସ୍ତଙ୍କୁ ଚକିତ ଆଶ୍ଚର୍ଯ୍ୟ କରିଥାଏ । ସେହିପରି ଦୈନନ୍ଦିନ ଜୀବନରେ ଆମ ଜୀବନ ଶୈଳୀକୁ ପରିବର୍ତନ କରିବା ସହ ସମାଜକୁ ଆଦର୍ଶ ବାର୍ତା ଦେବାରେ ଆମ ପାଲା ସଂସ୍କୃତିର ସ୍ୱତନ୍ତ୍ର ଭୂମିକା ରହିଛି । ତେବେ ଏହି ପାଲା ପରମ୍ପରାକୁ ଉଦ୍ଜୀବିତ କରିବା ପାଇଁ ଦୀର୍ଘ ୨୫ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲ୍ଲିପଦର ଗ୍ରାମରେ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ପ୍ରାଙ୍ଗଣରେ ଖୁବ ଆଡମ୍ବର ସହ କାରେ ବାଦୀପାଲା ମହୋତ୍ସବ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଆସୁଅଛି । ଚଳିତ ବର୍ଷ ଏହାର ରୋପ୍ୟ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଏହି ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ବେଗୁନିଆ ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ,ପାଲା କମିଟିର ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ସଭାପତି ପ୍ରଭାତ କୁମାର ପଣ୍ଡା, କଣ୍ଟାବାଡ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ରହି ଦୀର୍ଘ ଚାରି ଦିନ ବ୍ୟାପି ପାଲା ପରିବେଷଣ କରୁଥିବା ଜଗତସିଂହପୁର ଅଞ୍ଚଳର ଗାୟକ ସୌରଭ ରବି ନାରାୟଣ ପତି ଏବଂ ପୁରୀର ଗାୟକ ତତ୍ୱ ବିଭୂଷଣ ଲମ୍ବୋଦର ବେହେରାଙ୍କୁ ଉପଢୌକନ, ମାନପତ୍ର, ଫଳକ, ସିରସ୍ଥା ପ୍ରଦାନ କରିଥିଲେ । ସେହିପରି ଲୋକନାଥ ପଣ୍ଡା ସ୍ମୃତି ସଂମ୍ମାନ ଅମୀୟ ଭୂଷଣ ପଣ୍ଡାଙ୍କ ଦ୍ୱାରା ଦୁଇ ଗୟାକଙ୍କୁ ରୋପ୍ୟ ପଦକ ସହ ଟଙ୍କା ମାଳ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଗାୟକ ମିହିର କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ । ପ୍ରତିଦିନ ଏହି କାର୍ଯ୍ୟକ୍ରମକୁ ଶହ ଶହ ସଂଖ୍ୟାରେ ଆଖପାଖ ଅଞ୍ଚଳର ପାଲା ପ୍ରେମୀ ମାନେ ଉପସ୍ଥିତ ରହି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ କୁଞ୍ଜ ବିହାରୀ ମହାପାତ୍ର, ଦୀପ୍ତି ରଞ୍ଜନ ଦାଶଙ୍କ ସହ ମଲ୍ଲିପଦର ଓ ବାସୁଦେବପୁର ଗ୍ରାମବାସୀ ସହଯୋଗ କରିଥିଲେ । ସେପଟେ ପାଲା କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ପାଲା କଳାକାର ।

 

ରିପୋର୍ଟ-ମାନସ ରଂଜନ କର।