June 21, 2026

ଗଜପତି ଜିଲ୍ଲା ଗସ୍ତରେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୋଭା ଶର୍ମା …

IMG-20241106-WA0024
Share

ଆଜି ଗଜପତି ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୋଭା ଶର୍ମା। ଆଜି ପ୍ରଥମ ଦିନରେ ଗଜପତି ଜିଲ୍ଲା ର ମୋହନା ବ୍ଳକ ଗସ୍ତ କରି ବିଦ୍ୟାଳୟ, ସ୍ୱୟଂ ସହାୟିକା ଗୋଷ୍ଠୀ, ମକା ଚାଷୀ, ମିଶନ ଶକ୍ତି ମହିଳା ମାନଙ୍କ ସହ ଆଲୋଚନା କରି ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ନୋଡାଲ ଅଧିକାରୀ ଭାବେ ନିଯୁକ୍ତ ହେବା ପରେ ଗଜପତି ଜିଲ୍ଲା ଗସ୍ତରେ ଆସି ମୋହନା,

ଆର. ଉଦୟଗିରି, ରାୟଗଡ଼, ଗୁମ୍ମା ବ୍ଲକ କୁ ପ୍ରଥମ ଦିନ ଗସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ତଦାରଖ କରିଥିବା ବେଳେ ଦ୍ଵିତୀୟ ଦିନରେ ଜିଲ୍ଲା ର ଅନ୍ୟ ବ୍ଲକ ଗସ୍ତ କରି ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିବା ଯୋଜନା ହୋଇଥବା ଜଣାପଡ଼ିଛି। ସଚିବ ଙ୍କ ସହ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ, ଜିଲ୍ଲା ଉନ୍ନୟନ ଅଧିକାରୀ ଡ. ଗୁଣନିଧି ନାୟକ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମେତ ମୋହନା ବିଡ଼ିଓ ରାଜୀବ ଦାସ , ତହସିଲଦାର ସତ୍ୟବାନ ନାୟକ, ସିଡିପିଓ ସବିତା ପଟ୍ଟନାୟକ ଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ସଚିବଙ୍କ ସହ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ପରିଦର୍ଶନ କରିଥିଲେ। ସଚିବ ସମସ୍ତ ବିଭାଗର କାର୍ଯ୍ୟ ଦେଖିବା ସହ ମହିଳା ଏବଂ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ।