October 7, 2026

ଏନ.ବି.ଡବ୍ଲ୍ୟୁ. ୱାରେଣ୍ଟ ବଳରେ ୫ ଜଣ ଗିରଫ ..

IMG-20261006-WA0102
Share

 

ତିର୍ତ୍ତୋଲ,

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ପୋଲିସ ପକ୍ଷରୁ ଆଜି ସକାଳେ ବିଭିନ୍ନ ମାମଲାରେ ଜାରି ହୋଇଥିବା ଏନ.ବିଡ.ବ୍ଲ୍ୟୁ (ନନ୍-ବେଲେବଲ୍ ୱାରେଣ୍ଟ) ଆଧାରରେ ୫ ଜଣଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ୱାରେଣ୍ଟ ଗୁଡ଼ିକୁ ତିର୍ତ୍ତୋଲ ଥାନା ପୋଲିସ ସଫଳତାର ସହ କାର୍ଯ୍ୟକାରୀ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ଜି.ଆର୍‌ କେସ୍‌ ନମ୍ବର ୪୯୩/୨୦୨୩ ସମ୍ପର୍କିତ ସରଖୀ ଗ୍ରାମର ମମତା ନାୟକ (୫୪) ଓ ଦୁଷ୍ମନ୍ତ କୁମାର ନାୟକ ରହିଛନ୍ତି । ସେହିପରି ଜି.ଆର୍‌ କେସ୍‌ ନମ୍ବର ୭୧୦/୨୦୧୧ରେ ଯାଜପୁର ଜିଲ୍ଲା ଯାଜପୁର ଥାନା ଅନ୍ତର୍ଗତ ଗଣପତିପୁର ଗ୍ରାମର ତାପସ ସାହୁ ଓରଫ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇଛି । ଅନ୍ୟ ପକ୍ଷରେ ଜିଆର୍‌ କେସ୍‌ ନମ୍ବର ୧୯୦ / ୨୦୨୩ ରେ ଓଲଗଡ଼ା ଗ୍ରାମର ସୁକାନ୍ତ ଦାସ ଓ ଖୁଲଣା ଦାସଙ୍କୁ ପୋଲିସ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ, ଗିରଫ ୫ ଜଣଙ୍କ ମଧ୍ୟରୁ ମମତା ନାୟକ, ଦୁଷ୍ମନ୍ତ କୁମାର ନାୟକ, ସୁକାନ୍ତ ଦାସ ଓ ଖୁଲଣା ଦାସଙ୍କୁ ଆବଶ୍ୟକ ଆଇନଗତ ପଦକ୍ଷେପ ପାଇଁ ତିର୍ତ୍ତୋଲସ୍ଥିତ ମାନ୍ୟବର ଜେଏମଏଫସି ଙ୍କ କୋର୍ଟରେ ହାଜର କରାଯାଇଛି । ତାପସ ସାହୁ ଓରଫ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଜଗତସିଂହପୁରସ୍ଥିତ ମାନ୍ୟବର ଏସଡିଜେଏମ୍‌ ଙ୍କ କୋର୍ଟରେ ହାଜର କରାଯାଇଛି । ତିର୍ତ୍ତୋଲ ଥାନା ପୋଲିସ ପକ୍ଷରୁ ଏହି ଏନବିଡବ୍ଲ୍ୟୁ ଗୁଡ଼ିକ କାର୍ଯ୍ୟକାରୀ କରାଯାଇଥିବା ସୂଚନା ମିଳିଛି ।