ଲୋକଙ୍କ ସ୍ବର ତାଲପଦରଟିକ୍ରା ରେ ସ୍ବାଗତ ସମ୍ବର୍ଦ୍ଦନା ସମାରୋହ
ବରଗଡ (ସୁରେନ୍ଦ୍ର କଠାର)
ଆଜି ମଂଗଲବାର ପୂର୍ବାହ୍ନ ୧୧ଟା ସମୟରେ ଅତାବିରା ବ୍ଲକ ଅଧିନ ଚକୁଳି ପଂଚାୟତ ତାଲପଦରଟିକ୍ରା କଲ୍ୟାଣ ମଣ୍ଡପରେ ସ୍ବାଗତ ସମ୍ବର୍ଦ୍ଦନା ସମାରୋହ ଅନୁଷ୍ଠିତ ହୋଇଯାଇଛି ତାଳପଦରଟିକ୍ରା ଗ୍ରାମବାସୀ ତରଫରୁ |ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ,ସମ୍ମାନୀତ ଅତିଥି ଭାବେ ମଣ୍ଡଲ ସଭାପତି ନିରୋଜ ବାରିକ,ପୁଷ୍ଫକ ଗାଇଗରିଆ,କୃଷ୍ଣ ଚନ୍ଦ୍ର ସାଥୁଆ,ବିକାଶ ଗଡତିଆ,ଓଡିଶା ରାଜ୍ୟ କୃଷକ ସଂଗଠନର ପୂର୍ବତନ ସଭାପତି ବୀରେନ୍ଦ୍ର କର,ଗ୍ରାମ୍ୟ କମିିଟ ସଭାପତି ସିଏଚ ସତ୍ୟନାରାୟଣ,ବିଜେପି ନେତା ଜିବି ରାଓ,ଆର କୃପା ରାଓ ,ଚକୁଳି ପଂଚାୟତ ସରପଂଚ ତ୍ରିନାଥ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ |ଅତିଥି ଗଣଙ୍କୁ ଗ୍ରାମବାସୀ ତରଫରୁ ପୁଷ୍ଫଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମ୍ବର୍ଦ୍ଦନ ପ୍ରଦାନ କରିଥିଲେ | ଗ୍ରାମବାସୀ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଜଣାଇଥିଲେ |ବିଧାୟକ ତାଂକ ବକ୍ତବ୍ୟ କହିଥିଲେ ଯେ ଏ ଅଂଚଲର ବିକାଶ କରିବା ମୋର ପ୍ରଥମ କର୍ତ୍ତବ୍ୟ |ସରଣ୍ଡାର ବାବା ବିଶ୍ବେଶ୍ବର ଶୈବ ପୀଠକୁ ପର୍ଯ୍ୟଟନ ସ୍ତଲୀର ମାନ୍ୟତା ପ୍ରଦାନ କରାଯାଇଛି |ସରକାର ଆପଣକଂ ର ମୁ ସେନାପତି ଭାବେ କାମ କରୁଛି |ବିକାଶ ପାଇଁ ଟଂକାର ଅଭାବ ନାହି ଆପଣକଂ ଆଶୀର୍ବାଦ ଥାଉ |କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ତ୍ରିଲୋଚନ ନାୟକ |
