April 27, 2026

ବିଜେଡି ର ସୋସିଆଲ ମିଡ଼ିଆ ସଂଯୋଜକ ହେଲେ ଯଶୋବନ୍ତ ରାଉତ 

IMG-20251006-WA0080
Share

ତିର୍ତ୍ତୋଲ ତା ୬/୧୦/୨୦୨୫,ଗତ ଦୁଇ ତାରିଖ ଦିନ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗତସିଂହପୁର8 ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରl ପଞ୍ଚାୟତ ଅଧିନ ବେଗୁନିଆ ଗ୍ରାମର ଯୁବ ସଂଗଠକ ଯଶୋବନ୍ତ ରାଉତ ଙ୍କୁ ଇଷ୍ଟ ଜୋନ ର ଜଗତସିଂହପୁର , ନୟାଗଡ଼, ଯାଜପୁର , କଟକ,କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଏହି ୭ ଟି ଜିଲ୍ଲା ପାଇଁ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରିଥିବାରୁ, ଶ୍ରୀ ରାଉତ ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ, ଏହି କମିଟିର ଆବାହକ ଡଃ ଅମର ପଟ୍ଟନାୟକ ଙ୍କ ସମେତ ରାଜ୍ୟ ଯୁବବ୍ୟାପାର ସମ୍ପାଦକ ଅମରେଶ ପତ୍ରୀ , ଟିମ୍ ସଂଯୋଜକ ଜ୍ୟୋତିରଞ୍ଜନ ଜେନା ଙ୍କ ସହିତ ୭ ଗୋଟି ଜିଲ୍ଲାର ବିଜୁ ଜନତା ଦଳର ସାଂସଦ , ବିଧାୟକ, ଜିଲ୍ଲା ସଭାପତି , ଉପସଭାପତି , ସମ୍ପାଦକ ମଣ୍ଡଳୀ ଏବଂ ଜିଲ୍ଲା ଯୁବ – ଛାତ୍ର ସଭାପତି ଓ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅପର ପକ୍ଷରେ ଯଶୋବନ୍ତ ଙ୍କୁ ଏହି ଦାୟିତ୍ବ ମିଳିବା ପରେ ଜଗତସିଂହପୁର ଜିଲ୍ଲାର ୮ ଗୋଟି ବ୍ଲକ ଓ ୨ ଟି ପୌର ପରିଷଦର ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ମାନଙ୍କ ତରଫରୁ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି।