ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ପାଇଁ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ଅର୍ନ୍ତନିହିତ ଗୁଣାବଳୀର ବିକାଶ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୟାସରେ
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ସେବା ସମାଜ ଗୁଣପୁର ଠାରେ ରାୟଗଡ଼ା ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କୁ ନେଇ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସେବି ସମାଜ ଗୁଣପୁର ଶିଶୁ ଯତ୍ନ ଅନୁଷ୍ଠାନ, ରାୟଗଡ଼ା ଶିଶୁ ଯତ୍ନ ଅନୁଷ୍ଠାନ, ଜବରଗୁଡା ଓ ବାଳ ନିକେତନ ଲିମାମେଡାର ପ୍ରାୟ ୧୦୦ ଅନ୍ତେବାସୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାଦେବ ଚିଚୁୟାନ ଯୋଗଦେଇ ଉଦ୍ ଘାଟନ କରିଥିଲେ। ସଂଗୀତ ପ୍ରତିଯୋଗିତା ପାଇଁ ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ମୋନଜ ଜେନା , ଆମ ଅଞ୍ଚଳର କଣ୍ଠଶିଳ୍ପୀ ଶିବ ପ୍ରସାଦ ଦାଶ, ସତ୍ୟନାରାୟଣ ଜେନା ବିଚାରକ ଭାବେ ଯୋଗଦେଇ ଥିଲେ ଓ ନୃତ୍ୟ ପ୍ରତିଯୋଗିତା ପାଇଁ ଗୁରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ସସ୍ମିତା ପଣ୍ଡା, ଗୁରୁ ଦିଲିପ ଚୈଧୁରୀ, ସାଗରିକା ରାଜଗୁରୁ ଯୋଗଦେଇ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟ ର ପିଓ ମୋନରଞନ ବାଗ ସ୍ବାଗତ ଭାଷଣ ଦେଇଥିଲେ ଓ ପୁରା କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ ପରିଚାଳନା କରିଥିଲେ। କଣ୍ଠଶିଳ୍ପୀ ବିରାଜିନୀ ଶବର ସ୍ବାଗତ ସଂଗୀତ ଗାନ କରିଥିଲେ। ଶିଶୁ ସୁରକ୍ଷା ୟୁନିଟର ଲିଗାଲ ଅଫିସର ନିରାକାର ପାଢି, ପୁର୍ଣ୍ଣ ବେନିଆ ଆଦି ଯୋଗ ଦେଇଥିଲେ । ସେବା ସମାଜର ଦିପ୍ତିମୟୀ ପ୍ରଧାନ, ମୋନାଲି ପଟ୍ଟନାୟକ, ସ୍ବର୍ଣ୍ଣଲତା ନାୟକ, ଝରଣା ନାୟକ, ଅନିତା ଶବର, ପ୍ରଭାସିନୀ ଶବର, ଇନ୍ଦ୍ରା ଶବର , ରମେଶ ଶବର , ସତ୍ୟନାରାୟଣ ବେହେରା , ସୁମିତ୍ରା ଦାସ, ବାଳ ନିକେତନର ଅଜିତ ମହାନ୍ତି, କୈଳାସ ଶବର , ଶୁଭ୍ରଜିତ ମହାନ୍ତି, ଆଦି ଯୋଗଦେଇଥିଲେ । ଶେଷରେ ମୋନରଞ ରନ ଧନ୍ୟବାଦ ଅର୍ପଣ କରିଥିଲେ।
