April 30, 2026

କଳାହାଣ୍ଡି ଅବକାରୀ ବିଭାଗର ଚଢ଼ାଉ ଓ ଗଞ୍ଜେଇ ଜବତ

IMG-20251006-WA0060
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ନର୍ଲା ବ୍ଲକ ଅନ୍ତର୍ଗତ, ସର୍ଗିଗୁଡା ଗ୍ରାମରେ ଜଣେ ବେପାରି(ନାମ ଗୁପ୍ତ)ଦୋକାନ କରି ବ୍ୟବସାୟ କରୁଥିଲେ। ଏଥିସହ ଚୋରାରେ ଗଞ୍ଜେଇ ଆଣି ନିଜ ଦୋକାନରେ ଅନେକ ଦିନରୁ ଚୋରାରେ ଗଞ୍ଜେଇ ବେପାର କରିଆସୁଥିଲେ। ଦ୍ବୀପ ତଳ ଅନ୍ଧାର ପରି, ନର୍ଲା ଅବକାରୀ ବିଭାଗର ନାକ ତଳେ ଏହି କାରବାର ଅନେକ ଦିନରୁ ଚାଲିଥିବା ଓ ସ୍ଥାନୀୟ ଅବକାରୀ ବିଭାଗ ଏ ବିଷୟରେ କିପରି ଅଜ୍ଞ ଥିଲା ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବାବେଳେ, ଏ ବିଷୟରେ କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କୁଆର୍ଡ ଟିମ ଗତ କାଲି ଭୋର ସକାଳ ସମୟରେ ସମ୍ପୃକ୍ତ ବ୍ୟବସାୟୀଙ୍କ ଦୋକାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ୨ ବସ୍ତା ଗଞ୍ଜେଇ ଜବତ କରାଯାଇଥିବାବେଳେ ସମ୍ପୃକ୍ତ ବ୍ୟବସାୟିଙ୍କୁ ଗିରଫ କରି ଭବାନୀପାଟଣା ଅଣାଯାଇ ଅଧିକ ଜେରା ଜାରି ରହିଛି।

You may have missed