June 19, 2026
IMG-20230814-WA0015
Share

*ଖବର ଆଜିର*
ତାରିଖ ୦୭/୧୦/୨୦୨୩ ଶୁକ୍ରବାର ।।

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ମେଗା ଇଭେଣ୍ଟର ଉଦଘାଟନୀ ମ୍ୟାଚରେ ପ୍ରତିଯୋଗୀ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ନ୍ୟୁଜିଲ୍ୟାଣ୍ଡ ଏହାର ଅଭିଯାନ ଆରମ୍ଭ କରିଛି।

ଆସିଲା ରାଉଜ ଏଭେନ୍ୟୁ କୋର୍ଟଙ୍କୁ ନିଷ୍ପତ୍ତି, ୫ ଦିନିଆ ED ରିମାଣ୍ଡରେ ଗଲେ ଆପ ସାଂସଦ ସଞ୍ଜୟ ସିଂହ ।

ଭୁବନେଶ୍ବରରେ ଦୁର୍ଗାପୂଜା: ଜାରି ହେଲା ମାର୍ଗଦର୍ଶିକା; ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ଦେବରିଆ ହତ୍ୟାକାଣ୍ଡ ମାମଲାରେ ଅବହେଳା ପାଇଁ ୧୫ ସରକାରୀ ଅଧିକାରୀ କଲେ ନିଲମ୍ବିତ। ଏହି ଅଧିକାରୀମାନେ ଉଭୟ ପକ୍ଷଙ୍କ ଜମି ବିବାଦର ସମାଧାନ କରିବାରେ ଅବହେଳା କରିଥିଲେ।

ସିକ୍କିମ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶହୀଦ ଖବରରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କହିଲେ, ଦେଶ ସେବାରେ ସରୋଜଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ ।

ବିଜ୍ଞାପନ ପାଇଁ ବିବାଦରେ ବିଗ୍ ବି: ଫ୍ଲିପକାର୍ଟର ପ୍ରମୋସନାଲ ଭିଡିଓରେ ଅମିତାଭ ବଚ୍ଚନଙ୍କ ବାର୍ତାକୁ ନିନ୍ଦା ସହ ସମାଲୋଚନା ।

ସିକ୍କିମ ଆଖିରେ ଲୁହ । ପ୍ରଳୟଙ୍କାରୀ ବନ୍ୟା ଆଣିଛି ଦୁଃଖ । କେଉଁଠି ଭଙ୍ଗା ଚଟାଣ ତଳୁ ମିଳୁଛି କ୍ଷତବିକ୍ଷତ ଶବ ପୁଣି କେଉଁଠି ପାଣିରେ ଭାସୁଛି ଅଜଣା ଶବ । ୨୪ଘଂଟା ଭିତରେ ବଦଳିଛି ସିକ୍କିମର ବିଭିନ୍ନ ସ୍ଥାନ ।

ରାଜସ୍ଥାନରେ ପ୍ରଧାନମମନ୍ତ୍ରୀଙ୍କ ପାୱାର ଶୋ: କହିଲେ ଅନେକ ଦୁର୍ନୀତି କରି ଥକି ଯାଇଛନ୍ତି ଗେହଲଟ, ବିଶ୍ରାମ ନେବାକୁ ଦେଲେ ପରାମର୍ଶ ।

ରଣବୀରଙ୍କ ପରେ ହୁମା କୁରେଶୀ, ହିନା ଖାନ୍ ଓ କପିଲ ଶର୍ମାଙ୍କୁ ସମନ ପଠାଇଲା ଇଡି ।

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଅନ୍ତ: ଝିଅ ହୋଇଥିବା ସ୍ପଷ୍ଟ କଲା ଡିଏନଏ ରିପୋର୍ଟ   ।

ବକ୍ସ ଅଫିସ ଆୟ କମୁଥିବା ବେ‌ଳେ ‘ଦ ଭ୍ୟାକ୍ସିନ ୱାର’ର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ ।

୧.୮ କୋଟି ଲୋକଙ୍କ ଆୟ ୫ ଲକ୍ଷରୁ ଅଧିକ; ୧୦ ବର୍ଷରେ ସଂଖ୍ୟା ୫ ଗୁଣା ବୃଦ୍ଧି ।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦେଶ ।

ଇମ୍ରାନଙ୍କ ଜୀବନ ପ୍ରତି ବିପଦ ରହିଛି, ସୂଚନା ଦେଲେ ଇମ୍ରାନଙ୍କ ଓକିଲ ।

ରାଜ୍ୟରେ ନିଷିଦ୍ଧ ହୋଇଛି ପାରାକ୍ୱେଟ୍‌ କେମିକାଲ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ସୁପ୍ରଭାତ ,ଶୁଭ ସକାଳ ।

You may have missed