ଇଣ୍ଡଷ୍ଟ୍ରିଆଲ୍ ଏରିଆ ଥାନା ପୁଲିସର ବଡ଼ ସଫଳତା ଲୁଟ୍ ମାମଲାର ପର୍ଦ୍ଦାଫାଶ
ବାଲେଶ୍ବର ( ଦେବାଶିଷ ଦାଶ )
ଇଣ୍ଡଷ୍ଟ୍ରିଆଲ୍ ଏରିଆ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା ତ୍ୱରିତ ତଦନ୍ତ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଏକ ଲୁଟ୍ ମାମଲାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କ ସହ ଜଣେ CICLଙ୍କୁ ଧରିଛି ପୁଲିସ। ଲୁଟ୍ ଘଟଣା ପରେ ଇଣ୍ଡଷ୍ଟ୍ରିଆଲ୍ ଏରିଆ ଥାନା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଗୁଇନ୍ଦା ସୂଚନା ଆଧାରରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତ ଏବଂ ଜଣେ CICLଙ୍କୁ କାବୁ କରାଯାଇଛି।
ପୁଲିସ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ୨୬ ହଜାର ଟଙ୍କା ନଗଦ, ଚୋରି ହୋଇଥିବା ସାମସଙ୍ଗ ଟାବଲେଟ୍, ଟଙ୍କା ରଖିବା ବ୍ୟାଗ୍, ଦୁଇଟି ଅସ୍ତ୍ର ଏବଂ ଲୁଟ୍ ଘଟଣାରେ ବ୍ୟବହୃତ ମୋଟରସାଇକେଲ୍ ଜବତ କରିଛି। ପୁଲିସର ତ୍ୱରିତ ତଦନ୍ତ ଏବଂ ଗୁଇନ୍ଦା ତଥ୍ୟ ଆଧାରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ମାମଲାର ସଫଳ ପର୍ଦ୍ଦାଫାଶ ହୋଇପାରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ କୌଣସି ବ୍ୟକ୍ତିଙ୍କ ଭୂମିକା ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।
