September 6, 2026
ajiro khabar
Share

୧-ଭୁବନେଶ୍ୱର:ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ, ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ।

୨-ନିର୍ଦ୍ଧାରଣ ହେଲା ନୂଆଁଖାଇ ଲଗ୍ନ,ସେପ୍ଟେମ୍ବର ୧୫,ସକାଳ ୯:୪୦ରୁ ୯:୫୪ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ଠାରେ ଲାଗିବ ନବାନ୍ନ।

୩-ଭୁବନେଶ୍ୱର:ସରକାରଙ୍କ ଅନୁରୋଧ ଏବଂ ଆଗାମୀ ଆଲୋଚନାକୁ ଦୃଷ୍ଟିରେ ରଖି

୨୧ ଦିନ ପରେ ସ୍ଥଗିତ ହେଲା ଶିକ୍ଷକଙ୍କ ଆନ୍ଦୋଳନା।

୪-କଟକ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ପାଳନ,ସୋସିଆଲ ମିଡ଼ିଆରେ ସମୟ ନଷ୍ଟ ନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।

୫-୧୨ରେ ରୁଚି ପ୍ରତିଭା ସମ୍ମାନ ସମାରୋହ:ଚରଣ ହେମ୍ବ୍ରମ ପାଇବେ ‘ରୁଚି ଦେଶ ଗୈ।ରବ ସମ୍ମାନ’।

୬-AI ଶିଖିବେ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ; ଉଚ୍ଚଶିକ୍ଷାରେ ଓଡ଼ିଶାର ବଡ଼ ପଦକ୍ଷେପ, ୧.୨୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କିଲ୍ ଟ୍ରେନିଂ।

୭-କଟକ:ଏଥର ବାଲିଯାତ୍ରାରେ ଅଂଶଗ୍ରହଣ କରିବ ଇଣ୍ଡୋନେସିଆ, ମହାନଦୀରେ ହେବ ଆକର୍ଷଣୀୟ କାର୍ଯ୍ୟକ୍ରମ।

୮-ବାଲିଅନ୍ତା,ବୁଢାଳ ଗାଁ:ସିସିଟିଭିକୁ ଛତା ଦେଖାଇ ମନ୍ଦିରରୁ ମୂର୍ତ୍ତି ଚୋରି, ଗାଁରେ ଉତ୍ତେଜନା ପରିସ୍ଥିତି, ପୋଲିସ ମୁତୟନ।

୯-ରାଉରକେଲା:ସର୍କିଟ ହାଉସରୁ ବନ୍ଧୁକ ଜବତ ଘଟଣା ; ମାଷ୍ଟରମାଇଣ୍ଡ ପ୍ରକାଶ ପାସୱାନର ଅଫିସ ଭାଙ୍ଗିଲା ପ୍ରଶାସନ।

୧୦-କେନ୍ଦ୍ରାପଡ଼ା:ଭିଜିଲାନ୍ସ ହାବୁଡ଼ରେ ଡ୍ରେନେଜ ବିଭାଗର ଏଷ୍ଟିମେଟର ଅନୁପମା ସାହୁ, ଗାଡ଼ିରୁ ବାହାରିଲା ଲକ୍ଷ- ଲକ୍ଷ ଟଙ୍କା।

୧୧-ଭିଡ଼ ଭିତରେ ଲୁଟ୍,ବସ୍ ଯାତ୍ରୀ ଟାର୍ଗେଟ୍ ; ନୟାପଲ୍ଲୀ ପୋଲିସ୍ ହାତରେ ୫ ଜଣିଆ ବଞ୍ଜାରା ଗ୍ୟାଙ୍ଗ୍ ଧରାପଡିଲେ।

୧୨-ଭୁବନେଶ୍ୱର:ପୁଲିସ ଏସ୍‌ଆଇ ପରୀକ୍ଷାକୁ ନେଇ ସରକାରଙ୍କୁ ଘେରିଲେ ନବୀନ ପଟ୍ଟନାୟକ।

୧୩-BJP କାର୍ଯ୍ୟକର୍ତ୍ତାଙ୍କୁ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର : ଅସନ୍ତୋଷ ବଢ଼ିବା ଆଗରୁ ଲୋକଙ୍କ ନିକଟକୁ ଯାଅ।

୧୪-ଉଦଳା ଡାକ୍ତରଖାନା:ସାପ କାମୁଡ଼ିଲା, ସାପକୁ ମାରି ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ।

୧୫-ତିହିଡି,ମଧୁପୁର ଗାଁ:ଗୁରୁବାର ସ୍ତ୍ରୀ, ଶୁକ୍ରବାର ସ୍ବାମୀ, ଆଗ ପଛ ହୋଇ ଚାଲିଗଲେ ପତି-ପତ୍ନୀ; ଉଭୟଙ୍କ ମୃତ୍ୟୁର ସମାନ ଲକ୍ଷଣ।

୧୬-ଧନବାଦର ଶିକ୍ଷୟିତ୍ରୀ ମୁନମୁନଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି, କହିଲେ ଶିକ୍ଷା ପୁସ୍ତକ ପର୍ଯ୍ୟନ୍ତ ସୀମିତ ନୁହେଁ।

୧୭-ଦୁବାଇ, ମହିଳା ଏସିଆ କପ୍:୮.୪ ଓଭରରେ ଜିତିଲା ଭାରତ, ପାକିସ୍ତାନର ଶୋଚନୀୟ ପରାଜୟ।

୧୮-ଡୋମିନିକାନ ରିପବ୍ଲିକର ସୁନ୍ଦରୀ ଜୋହେରୀ ମୋଲା ବିଶ୍ବ ସୁନ୍ଦରୀ, ପିନ୍ଧିଲେ ‘ମିସ୍ ୱାର୍ଲ୍ଡ ୨୦୨୬’ ତାଜ୍।

୧୯-ଜାକର୍ତ୍ତା: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତର ଅନ୍‌ମୋଲ ଖର୍ବ ପ୍ରବେଶ କରିଛନ୍ତି।

୨୦-ନିର୍ଦ୍ଧାରିତ ସମୟ ମଧ୍ୟରେ Re-KYC ନ ହେଲେ ଦୋକାନୀଙ୍କ ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯିବ।୧୫ ସେପ୍ଟେମ୍ବରରୁ ବନ୍ଦ ହୋଇପାରେ ୧୦ ଲକ୍ଷ ଦୋକାନୀଙ୍କ UPI ପେମେଣ୍ଟ।

୨୧-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ପୁଟିନଙ୍କ ନିର୍ଦ୍ଦେଶ, ମସ୍କୋରେ ପହଞ୍ଚିଲେ ଟ୍ରମ୍ପଙ୍କ ପ୍ରତିନିଧି।

୨୨-ନେପାଳ ବିପର୍ଯ୍ୟୟ: ୧୦ ଦିନ ପରେ ପୁଣି ୨ ଜଣ ଜୀବନ୍ତ ଉଦ୍ଧାର।ଏଯାଏଁ ୧୩୪୪ ମୃତ, ୫୦୫୩ ନିଖୋଜ।

୨୩-୨୨ରେ ଭାରତ-ଜାପାନ ଟ୍ବେଣ୍ଟି୨୦ ; କୂଟନୈତିକ ସମ୍ପର୍କର ୭୫ ବର୍ଷ ଅବସରରେ ଖେଳା ହେବ ଏହି ମ୍ୟାଚ୍‌ ।

You may have missed