April 30, 2026

ନିଆରା ଗୁରୁ ଦିବସ:ଗୁରୁଙ୍କୁ ପୂଜିଲେ ପୁରାତନ ଶିକ୍ଷାର୍ଥୀ 

IMG-20240906-WA0008
Share

 

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଧାନପାଲି ନୋଡାଲ ହାଇସ୍କୁଲ ଠାରେ ନିଆରା ଢଙ୍ଗରେ ପାଳନ ହୋଇଛି ଗୁରୁ ଦିବସl ଡ଼ଃ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ, ପ୍ରଦୀପ ପ୍ରଜ୍ବଳନ କରି ଏହି ପର୍ବ ଆରମ୍ଭ ହୋଇଥିଲା l ବିଭିନ୍ନ ପଦପଦବୀ ରେ ଚାକିରୀ ଜୀବନ ସମାପିତ କରିଥିବା ଏହି ହାଇସ୍କୁଲର ଶିକ୍ଷାର୍ଥୀ ମାନେ ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କୁ ସଭା ମଣ୍ଡପରେ ଫୁଲ ଚନ୍ଦନ ଦେଇ ଚରଣ ବନ୍ଦନ କରି ଗୁରୁ ପୂଜନ କରିଥିଲେ l ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଗୁରୁଜୀ ଗୁରୁମା ମାନଙ୍କ ଚରଣ ବନ୍ଦନା କରି ସମ୍ମାନ ଜଣାଇଥିଲେ l ସ୍କୁଲ ଜୀବନରେ ଗୁରୁଙ୍କ ଠାରୁ ପାଇଥିବା ତିକ୍ତ ଓ ମଧୁର ଅନୁଭୂତି ବର୍ଣ୍ଣନା କରି ନିଜର ଭବିଷ୍ୟତ ଗଠନରେ ଗୁରୁଙ୍କ ଦିଗଦର୍ଶନ କିଭଳି ସେମାନଙ୍କ ଜୀବନକୁ ପ୍ରଭାବିତ କରିଥିଲା ସେ ସମ୍ପର୍କରେ ଶିକ୍ଷାର୍ଥୀ ମାନେ ନିଜର ଅନୁଭୂତି ବାଣ୍ଟି ଅନୁଗାମୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ବୟୋଜ୍ୟେଷ୍ଠ ଗୁରୁ ପ୍ରଫୁଲ୍ଲ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗୁରୁପୂଜନ କାର୍ଯ୍ୟକ୍ରମ ସଭାରେ ଅବସରପ୍ରାପ୍ତ କମିଶନର ଜଗଦୀଶ ପାଣ୍ଡେ ମୁଖ୍ୟ ଅତିଥି, ଏଲ. ଏନ. କଲେଜ ଝାରସୁଗୁଡା ର ଅବସରପ୍ରାପ୍ତ ଅଧ୍ୟକ୍ଷ ଓଡ଼ିଆ ଅଧ୍ୟାପକ ଡ଼ ପ୍ରଦୀପ କୁମାର ପଣ୍ଡା ମୁଖ୍ୟବକ୍ତା,ଅବସରପ୍ରାପ୍ତ କମିଶନର ପଠାଣି କୁମାର ପଣ୍ଡା, ଜିଏମ କଲେଜ ପୂର୍ବତନ ଅଧ୍ୟକ୍ଷ ଇଂରାଜୀ ଅଧ୍ୟାପକ ଡ଼ଃ.ପ୍ରଦୀପ କୁମାର ପଣ୍ଡା,ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସଞ୍ଜୟ କୁମାର ନାୟକ, ପୂର୍ବତନ ଶିକ୍ଷକ ଅଶ୍ଵିନୀ କୁମାର ମିଶ୍ର, ଶିକ୍ଷା କମିଟି ସଭାପତି ସରୋଜ କୁମାର ମେହେର, ଖବରଦାତା ରାଧାମୋହନ ଷଡ଼ଙ୍ଗୀ,ବାହାମ ସରପଞ୍ଚ ସରସ୍ବତୀ ଭୁସାଗର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ନେଇ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ l ପୂଜ୍ୟ ପୂଜା, ଗୁରୁପୂଜା, ପ୍ରତିଭା ପୂଜା ଉପରେ ଏହା ପର୍ଯ୍ୟବେଷିତ ହୋଇଥିଲା l ଗୁରୁଙ୍କ ଠାରେ ଶ୍ରଦ୍ଧା ଭକ୍ତି, ସମ୍ମାନ ସହିତ ସାଧନା ବଳରେ ସିଦ୍ଧି ଲାଭ ହୁଏ ବୋଲି ବକ୍ତାମାନେ କହିଥିଲେ l ଏ ଅବସରରେ ଦଶମ ଶ୍ରେଣୀର ତିନି ଜଣ ଓ ନବମ ଶ୍ରେଣୀର ଜଣଙ୍କୁ ଅନିରୁଦ୍ଧ ପ୍ରାଜ୍ଞ,ବିନୋଦିନୀ ବିଜ୍ଞ, ଗଙ୍ଗାଧର ସୁଜ୍ଞ, ଗିରିଗୋବର୍ଦ୍ଧନ ସ୍ମୃତି ସମ୍ମାନରେସମ୍ମାନିତ କରାଯାଇଥିଲା l ଛାତ୍ର ଛାତ୍ରୀ ମାନେ ଗୁରୁବନ୍ଦନା ସଂଗୀତ, ନୃତ୍ୟ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ lପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେରିହା ସଭା ପରିଚାଳନା କରିଥିଲା ବେଳେ ଶିକ୍ଷୟିତ୍ରୀ ସୁପ୍ରଭା ଶା ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

You may have missed