May 14, 2026

ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଶୁଭେଚ୍ଛୁଙ୍କ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ 

IMG-20250806-WA0065
Share

 

ବାଲେଶ୍ଵର – ବାଲେଶ୍ଵର ର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଜନ୍ମଦିବସ ଉପଲକ୍ଷେ ତାଙ୍କର ଶୁଭେଚ୍ଛୁ ମାନଙ୍କ ପକ୍ଷରୁ ସୋମବାର ଦିନ ସ୍ଥାନୀୟ ଷ୍ଟେସନ କ୍ଳବ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ୮ବର୍ଷୀୟ ଥାଲାସେମିଆ ରୋଗରେ ପୀଡ଼ିତ ଝିଅ ଜୟଶ୍ରୀ ନାୟକ ଉଦଘାଟନ କରିଥିଲେ।ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ଵର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ବ୍ଲଡ ବ୍ୟାଙ୍କ୍ ଅଫିସର ବସନ୍ତ କୁମାର ଉପାଧ୍ୟାୟ, ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ, ସମ୍ପାଦକ ହୃଷୀକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅସିତ ଦାସ, ସିମନ ଦାସମହାପାତ୍ର, ତାପସ ପରିଡ଼ା, ଜୟରାମ ଦାସ, ତାପସ ପାଣିଗ୍ରାହୀ, ଗଣେଶ ମହାପାତ୍ର, ହେମନ୍ତ ମହାନ୍ତି, ସଞ୍ଜୀବ ଦାସ, ଗୌର ମଲ୍ଲିକ, ଶୁଭମ୍ ସାଇ ମହାପାତ୍ର, ନିରଞ୍ଜନ ମହାନ୍ତି, ପ୍ରାଣକୃଷ୍ଣ ମହାପାତ୍ର, ଓମ୍ ପ୍ରକାଶ ମହାପାତ୍ର ଓ ସୁଶୀଲ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଶିବିର ଶେଷ ସୁଦ୍ଧା ମୋଟ୍ ୬୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା