May 14, 2026

FM କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ABVP ର ଦୁଇ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

IMG-20250806-WA0062
Share

ବାଲେଶ୍ଵର:ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ABVP ସଂଗଠନର ୨ କାର୍ଯ୍ୟକର୍ତ୍ତା ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ । ଉଭୟଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ ।ଦୀର୍ଘ ୨୨ ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚକୁ ମିଳିଛି ଏହି ସଫଳତା। ଘଟଣା ଦିନ ଛାତ୍ର ଜ୍ୟୋତିପ୍ରକାଶ, ଛାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ସେ ମଧ୍ୟ ଗୁରୁତର ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସେଦିନ ମୋବାଇଲ ଧରି ଭିଡିଓ ସୁଟିଂ କରୁଥିଲେ ଏବଂ ନିଜ ସାର୍ଟ ଖୋଲି ଛାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜ୍ୟୋତି ପ୍ରକାଶ । ଯାହା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ପୂର୍ବରୁ ନ୍ୟାୟ ପାଇବା ପାଇଁ ଏବିଭିପିର ସହାୟତା ଲୋଡ଼ିଥିଲେ ।ଏବିଭିପିର ସଦସ୍ୟ ଶୁଭ୍ର ସମ୍ବିତ ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । SDJM ବିଚାରପତିଙ୍କ ବାସଭବନରେ ହାଜର ପରେ ୧୪ ଦିନିଆ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି । କ୍ରାଇମବ୍ରାଞ୍ଚ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ମୋବାଇଲ ଜବତ କରି ତଦନ୍ତ କରିଥିଲା । ମୋବାଇଲରୁ କିଛି ଏମିତି ପ୍ରମାଣ ହସ୍ତଗତ ହୋଇଛି ଯାହାକୁ ଆଧାର କରି ଦୁଇଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହା ଭିତରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି