ଆଜିର ଖବର..
୧-ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା,ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଲେ ବବିତା ପାତ୍ର।
୨-ଭୁବନେଶ୍ୱର : ଖାଦ୍ୟ ଅଭାବ ଯୋଗୁଁ ଗାଁ ମୁହାଁ ହେଉଛନ୍ତି ହାତୀ । ଏଣିକି ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ହେବ ଧାନ ଚାଷ ।
୩-ଚିନ୍ତା ବଢ଼ାଇଲାଣି ମ୍ୟାଲେରିଆ ସଂକ୍ରମଣ ; ମାଲକାନଗିରି ପରେ ଏବେ ରାୟଗଡ଼ା, କନ୍ଧମାଳରେ ଅସମ୍ଭାଳ ସ୍ଥିତି।
୪-ଭୁବନେଶ୍ୱର:ଆସନ୍ତା ସୋମବାର ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଆଜିଠାରୁ ଅନଲାଇନ୍ ରେ ପଞ୍ଜିକରଣ ଆରମ୍ଭ।
୫-ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବଢ଼ିପାରେ ଗିରଫଦାରୀ ; ପୁଣି ତଦନ୍ତ ପରିସରଭୁକ୍ତ ହୋଇ ପାରନ୍ତି ବୋର୍ଡ ସଭାପତି।
୬-ନଡ୍ଡାଙ୍କୁ ଭେଟିଲେ ମହାଲିଙ୍ଗ,୨ଶହ MBBS ସିଟ୍ ପାଇଁ କଲେ ଅନୁରୋଧ ଫଳରେ ରାଜ୍ୟରେ ସରକାରୀ କଲେଜରେ ସିଟ୍ ସଂଖ୍ୟା ୧୮୦୦ ଛୁଇଁବ।
୭-ମୁଖ୍ୟ ସଚିବ ମାଗିଲେ କାର୍ଯ୍ୟନୁଷ୍ଠାନ ରିପୋର୍ଟ:ବିଦାହେବେ ଅପାରଗ ଅଧିକାରୀ।
୮-ଭୁବନେଶ୍ୱର: ଡାକଘରେ ଲିଙ୍କ୍ ଫେଲ, କାମ କରାଇ ଦେଉ ନାହିଁ ନୂଆ ସଫ୍ଟୱେର,ଟ୍ରଞ୍ଜାକସନ୍ ରେ ହେଉଛି ଅସୁବିଧା।
୯-OTET ପ୍ରଶ୍ନ ପତ୍ର କେଳେଙ୍କାରୀ, ଗିରଫ ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍ପେଣ୍ଡ
୧୦-ଭୁବନେଶ୍ୱର:କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ରାଜ୍ୟର ସମସ୍ତ ଥାନା ଘେରାଉ ହେବ,ସପ୍ତାହବ୍ୟାପି ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷଣା କରିଛି କଂଗ୍ରେସ।
୧୧-ଭୁବନେଶ୍ୱର:ସବୁଜ ସଙ୍କେତ ଦେଖି ସରଗରମ କ୍ୟାମ୍ପସ ପଲିଟିକ୍ସ। ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ନହେଉଣୁ କ୍ଷେତ୍ର ପ୍ରସ୍ତୁତିରେ ମାତିଲେଣି ଛାତ୍ର ସଂଗଠନ।
୧୨-ତାଳଚେର ବିଜୁ ପଟ୍ଟନାୟକ ପ୍ରଶିକ୍ଷଣ ତାଲିମ ଅନୁଷ୍ଠାନରେ ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, କେନ୍ଦ୍ର ପରିଚାଳକଙ୍କୁ ଅଟକ ରଖି ପୋଲିସର ପଚାରା ଉଚାରା ଜାରି।
୧୩-ଭଦ୍ରକ:ହ୍ବାଟ୍ସଆପ୍ରେ ମିଳିବ ତହସିଲ ସେବା ସହାୟତା, ଆଉ ଲାଞ୍ଚ ମାଗିପାରିବେନି ମଧ୍ୟସ୍ଥି ଓ କର୍ମଚାରୀ,କାର୍ଯ୍ୟରେ ବିଳମ୍ବ ହେଲେ, ମଧ୍ୟସ୍ଥି ଓ କର୍ମଚାରୀ ଲାଞ୍ଚ ଦାବି କଲେ, ୯୧୭୮୨୫୮୫୩୫ ନମ୍ୱରରେ ସହାୟତା ମିଳିବ।
୧୪-ଅଗଷ୍ଟ ୯ରୁ ଭୁବନେଶ୍ୱରରେ ପ୍ରଥମ ଟାଇକନ୍, ଆୟୋଜନ କରିବ ଟାଇ ଭୁବନେଶ୍ୱର।
୧୫-ବାଲେଶ୍ଵର:ନୀଳଗିରିରୁ ୧୪ଲକ୍ଷ ଟଙ୍କାର ଧଳା ଜହର ଜବତ, ଅଭିଯୁକ୍ତ ଗିରଫ।
୧୬-ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଓଡିଶ ପଞ୍ଚାୟତ ବଡ କାଠିଆ ଗ୍ରାମ:ଦୁଇ ଛୁଆର ମା ହାତରୁ ଶଙ୍ଖା କାଢିଲେ, ମଥାରୁ ସିନ୍ଦୂର ପୋଛିଲେ, ବାହୁରୁ ବ୍ରତ କାଢି ସ୍ବାମି ହାତକୁ ଦେଲେ ଏବଂ ସେଠାରେ ତାଙ୍କ ପ୍ରେମିକ ଯୁବକ ସହିତ ଛୁ ମାରିଲେ।
୧୭-ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦାମ୍ ,୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୨,୨୨୦ ଟଙ୍କା ରହିଛି।
୧୮-ଉତ୍ତରକାଶୀରେ ବାଦଲ ଫଟା ବର୍ଷା: ମାଟିରେ ମିଶିଲା ଅନେକ ଘର ; ୪ ମୃତ , ୫୦ ନିଖୋଜ।
୧୯-ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ, କିଡ଼ନୀ ଜନିତ ସମସ୍ୟାରେ ଦୀର୍ଘଦିନ ହେବ ଥିଲେ ଅସୁସ୍ଥ।
୨୦-ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବାକୁ ଇସ୍ରାଏଲର ଯୋଜନା ଚୂଡ଼ାନ୍ତ।ଯୋଜନାରେ ବହୁ ସଂଖ୍ୟାରେ ଜନସାଧାରଣଙ୍କ ମୃତ୍ୟୁ ହେବାର ବିପଦ ବି ରହିଛି।
