May 14, 2026

ଆନ୍ଧ୍ରପ୍ରଦେଶ ପଥର କୁଆଁରୀ ବିସ୍ପୋରଣ ରେ ପ୍ରାଣ ହରାଇଥିବା ପରିବାରକୁ ଭେଟିଲେ ବିଜେଡ଼ି ନେତା 

IMG-20250806-WA0003
Share

ଗତ 3ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ 6 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର 4 ଜଣ ଓ ଗଜପତି ଜିଲ୍ଲାର 2ଜଣ ଥିଲେ। ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଲକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇ ଙ୍କ ପରିବାର କୁ ଭେଟି ସମବେଦନା ଜଣାଇଥିଲେ। କ୍ଷତି ପୂରଣ ଅର୍ଥ ତୁରନ୍ତ ପ୍ରଦାନ କରିବା ବ୍ୟବସ୍ଥା କରାଇବା ସହ ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପାରଳା ବିଧାୟକ। ଗଜପତି ରୁ କୃଷ୍ଣ ବେହେରା ଙ୍କ ରିପୋର୍ଟ news time ଓଡ଼ିଆ