March 10, 2026

ଉକ୍ତଳ ଖରୁଡା ସମାଜ ସାଧାରଣ ଅଧିବେଶନ,

IMG-20230806-WA0029
Share

ଉକ୍ତଳ ଖରୁଡା ସମାଜ ସାଧାରଣ ଅଧିବେଶନ,
====================

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଉପଦେଷ୍ଟା ରାମନାଥ ମହାପାତ୍ର ଙ୍କ ସଭାପତିତ୍ବ ରେ ଗଞ୍ଜାମ ସହର ଓଡ଼ିଆ ଢlମଣା ସାହି ସ୍ଥିତ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉକ୍ତଳ ଖରୁଡା ସମାଜର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ଅଧିବେଶନରେ ବରିଷ୍ଠ ସଦସ୍ୟ ସୁବାଷ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ନାୟକ, ବିଜୟ ମହାପାତ୍ର, ବେନୁପାଣି ନାୟକ, ଲୀଣ୍ଟୁ ସୁବୁଦ୍ଧି, ବୃନ୍ଦାବନ ସୁବୁଦ୍ଧି, ରମେଶ ନାୟକ, ମଧୁସୂଦନ ସୁବୁଦ୍ଧି, ଗୌରାଙ୍ଗ ସୁବୁଦ୍ଧି, କାମନା ନାୟକ, ବାସୁଦେବ ସୁବୁଦ୍ଧି, ଗୋବିନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ଉକ୍ତଳ ଖରୁଡା ସମାଜ ଆହ୍ୱାନ କ୍ରମେ ଜାତିର ଏକତା ଓ ମାନବୃଦ୍ଧି ନିମନ୍ତେ ଗଞ୍ଜାମ ପେଣ୍ଠ ଗଠନ କରାଯାଇଥିଲା l ହୁମ୍ମା, ପାଲୁର ସମାଜ ଯୋଗଦାନ କରିଥିଲେ l ଏହି ଉପଲକ୍ଷେ ସମାଜ ପାଇଁ କର୍ମକର୍ତା ଗଠନ କରାଯିବ l କୌଣସି ପରିସ୍ଥିତିରେ ସମାଜର ମର୍ଯ୍ୟାଦା କ୍ଷୁର୍ନ କରିବାକୁ ଦିଆଯିବ ନାହିଁ ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବା ଲାଗି ନିସ୍ଵତୀ ଗ୍ରହଣ କରାଯାଇଛି l ସମସ୍ତ ସଦସ୍ୟ ଶୃଙ୍ଖଳିତ ହେଲେ ଉକ୍ତଳ ଖରୁଡା ସମାଜ ମାନ ବୃଦ୍ଧି ପାଇବା ସହ ସଙ୍ଘ ଆଗକୁ ବଢ଼ି ପାରିବ ବୋଲି ମତ ପ୍ରକlଶ ପାଇଥିଲା l ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଖରୁଡା ସମ୍ପ୍ରଦାୟର ବ୍ୟକ୍ତି ବେଶେଷ ଏହି ଅଧିବେଶନରେ ଉପସ୍ଥିତ ଥାଇ କର୍ମକର୍ତା ଚୟନ କରିଥିଲେ ସଭାପତି -ଲିଣ୍ଟୁ ସୁବୁଦ୍ଧି, ଉପ-ସଭାପତି -ସନ୍ତୋଷ କୁମାର ନାୟକ, ସମ୍ପାଦକ -ରମେଶ କୁମାର ନାୟକ, ସହ -ସମ୍ପାଦକ ସତ୍ୟନାରାୟଣ ସାହୁ, କୋଷାଧକ୍ଷ – ମଧୁସୂଦନ ସୁବୁଦ୍ଧି,ଶେଷରେ ଅକ୍ଷୟ ନାୟକ ଓ ବେଣୁଧର ନାୟକ ଧନ୍ୟବାଦ ଦେଇଥିଲେ l