September 21, 2024

୧କୋଟି ୩୨ଲକ୍ଷ ଖର୍ଚ୍ଚ କରି ପଟ୍ଟନାୟକ ପୋଖରୀ କୁ ଅପରିଷ୍କାର ନର୍ଦ୍ଧମା ପାଣି ଭର୍ତ୍ତି କରି ଅଞ୍ଚଳକୁ ଦୁର୍ଗନ୍ଧର ବାତାବରଣ ସୃଷ୍ଟି କରିବା କାହା ସ୍ୱାର୍ଥରେ ?

Share

୧କୋଟି ୩୨ଲକ୍ଷ ଖର୍ଚ୍ଚ କରି
ପଟ୍ଟନାୟକ ପୋଖରୀ କୁ ଅପରିଷ୍କାର ନର୍ଦ୍ଧମା ପାଣି ଭର୍ତ୍ତି କରି ଅଞ୍ଚଳକୁ ଦୁର୍ଗନ୍ଧର ବାତାବରଣ ସୃଷ୍ଟି କରିବା କାହା ସ୍ୱାର୍ଥରେ ?

ପାରଳାଖେମୁଣ୍ଡି:୬/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈାରାଞ୍ଚଳର ୱାର୍ଡ ନମ୍ବର ୧୧ରେ ଥିବା ପଟ୍ଟନାୟକ ପୋଖରୀର ପାଣି ବିଶେଷ କରି ଏହି ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଅତି ଆବଶ୍ୟକତା ସମୟରେ ବ୍ୟବହାର କରିବା ସହିତ ଗୌରବ ମତ୍ସ୍ୟଜୀବୀ ଙ୍କ ଜୀବନ ଜୀବିକା ନିମନ୍ତେ ରାଜ ମହାରାଜାଙ୍କ ଅମଳରୁ ପରିଚାଳିତ ହେଇ ଆସୁଥିବା ପଟ୍ଟନାୟକ ପୋଖରୀକୁ ଆଜି ଜରାଜୀର୍ଣ୍ଣ ଅବସ୍ଥା ନେଇ ଆସିଛି ପାରଳା ପୌର ପରିଷଦ। ଏହି ପଟ୍ଟନାୟକ ପୋଖରୀ କୁ ପଙ୍କୋଦ୍ଧାର କାର୍ଯ୍ୟ କରିବା ଆଳରେ ୨୦୧୩ମସିହା ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ଦୁଃଖ ଓ ପରିତାପର ର ବିଷୟ ପଟ୍ଟନାୟକ ପୋଖରୀ କୁ ପ୍ରଥମେ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ପାଇଁ ବିଆରଜିଏଫ ଫଣ୍ଡ ରେ ୧୫ଲକ୍ଷ, ଓ ଦଶମ ଫାଇନେ୍ସ ଯୋଜନା ୧୦ଲକ୍ଷ ବିନିଯୋଗରେ ପୋଖରୀ ସଂପୂର୍ଣ୍ଣ ରୁପେ କାର୍ଯ୍ୟ ନିର୍ବାହୀ କରିବା ପାଇଁ ସମର୍ଥ ହୋଇପାରି ନଥିବା ଦେଖିବାକୁ ମିଳିଥିଲା। ଏହା ପରେ ୨୦୧୯.୨୦ମସିହାରେ ଟେଣ୍ଡର ପ୍ରକ୍ରିୟା ଦ୍ଵାରା ୧କୋଟି ୩୨ଲକ୍ଷ ବ୍ୟୟ ଅଟକଳ ଖର୍ଚ୍ଚରେ ପୋଖରୀ ଚାରିପଟେ କାନ୍ଥ କରାଜିବା ସହିତ ଚାରିପଟେ ହୁଡ଼ା ଉପରେ ମାଟି ଲେବେଲ କରିଥିଲେ। ଯାହା ଫଳରେ ବୁଦ୍ଧିଜୀବୀ ମାନେ ଶକାଳ ସମୟରେ ଭ୍ରମଣ ନିମନ୍ତେ ବନ୍ଧହୁଡା ଉପରେ ସୁନ୍ଦର ଗଛ ଲଗାଇବା ସହ ସୁନ୍ଦର ପରିବେଶ ର ଗୋଟିଏ ଚଲାପଥ ତିଆରି କରିବାକୁ ବିଭାଗୀୟ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଥିବା ସୂଚନା ମିଳିଛି। ହେଲେ ଆଜି ସୁଧା କୌଣସି କାର୍ଯ୍ୟକ୍ରମ ସଠିକ୍ ଭାବରେ ହୋଇଥିବା ଦେଖିବାକୁ ମିଳିଲା ନାହିଁ। କିନ୍ତୁ ସେ ବାବଦରେ ୧କୋଟି ୩୨ଲକ୍ଷ ଖର୍ଚ୍ଚ ହୋଇଛି ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଏହି ପୋଖରୀରେ ପୁନଃ ଉଦ୍ଧାର କରିବା ସକାଶେ ଆଜିକୁ ଦଶବର୍ଷ ବିତିଗଲା, ଦୁର୍ଭାଗ୍ୟର ବିଷୟ ଯେ ଏହି ପୋଖରୀ ରେ ପାଣି ଭର୍ତ୍ତି ନକରି ଏହାକୁ ଘାସବିଲ ଆକାରରେ ରଖିବା ବିଭାଗୀୟ କତୃପକ୍ଷ ର ଉଦ୍ଧେଶ୍ୟ କଣ? ଏହି ପୋଖରୀ ପୂରାତନ କାଳରୁ ରହି ଆସିଥିବା ପୋଖରୀ ରେ ଏହି ଅଞ୍ଚଳ ର ୱାର୍ଡ ନମ୍ବର,୧,୨,୩, ୪,୧୦,୧୧, ପାଖାପାଖି ଛଅ ସାତୋଟି ୱାର୍ଡର ଲୋକଙ୍କ ଗାଧୁଆ, ପାଧୁଆ ସୌଚ କରିବା ରେ ବହୁତ ସାହାଯ୍ୟ ରେ ଆସିବା ସହିତ ଏହି ଅଞ୍ଚଳର ପିତୃକାର୍ଯ୍ୟ ଯଥା ଚାରି ଦିନ ଠାରୁ ଆରମ୍ଭ କରି ଦଶାହ କାର୍ଯ୍ୟ ନିର୍ବାହୀ କରିବା ରେ ବହୁତ ସାହାଯ୍ୟ ହେଉଥିଲା। ବର୍ତମାନ ଏହି ପୋଖରୀ ପାଣି ଶୁଖିବା ଯୋଗୁଁ ଏହି କାର୍ଯ୍ୟକ୍ରମ କରିବା ଲୋକଙ୍କ ପକ୍ଷରେ ବହୁତ କଷ୍ଟକର ହେବା ସହିତ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛନ୍ତି। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଏହି ପୋଖରୀ ଉପରେ ବହୁତ ମତ୍ସ୍ୟଜୀବୀ ଙ୍କ ଜୀବନ ଜୀବିକା ହରାଇଛନ୍ତି ଫଳରେ ପୋଖରୀରେ ପାଣି ନଥିବାରୁ ମତ୍ସ୍ୟଜୀବି ମାନେ ତାଙ୍କର ଜୀବିକା ହରାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟ ବିଷୟରେ ଚିନ୍ତା କରିବା ଯଦି ଏହି ପୋଖରୀରେ ପାଣି ନଥିବାରୁ ବେଳେ ଏହି ଅଞ୍ଚଳର ଜନସାଧାରଣ ଘରେ ଘରେ କୁହ ଖୋଳି ପାଣି ବ୍ୟବହାର କରୁଥିବା ବେଳେ ଏହି କୁଅର ପାଣି ଲେବେଲ କମିଯାଉଛି। ଏହି ପୋଖରୀ ଶୁଖି ଯାଇଥିବା କ୍ଷେତ୍ରରେ ଅଞ୍ଚଳ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ବର୍ଷା ଋତୁରେ ପ୍ରଚୁର ପରିମାଣରେ ବର୍ଷା ଲାଗି ରହିଛି ହେଲେ ଏହି ସମୟରେ ପୋଖରୀ ରେ ପୂର୍ବରୁ ଯେମିତି ପାହାଡ଼ିଆ ପାଣି ରେ ପୋଖରୀ ଭର୍ତ୍ତି କରିବାକୁ ସିଷ୍ଟମ ଥିଲା କେନାଲ ଭଳିଆ ସେହି ନାଳକୁ ସଫାକରି ଏବଂ ପୋଖରୀ ଭିତରେ ଘାସ ବିଲ ଭଳିଆ ରହିଥିବା ଅଟ୍ଟାଳିକା କୁ ସଫା କରିବା ଦୂରର କଥା ବର୍ତମାନ ଏହି ପୋଖରୀ ମଧ୍ୟରେ ସହରରେ ଉପରେ ଭାଗରେ ନର୍ଦ୍ଦମା ର ଅପରିଷ୍କାର ପାଣି ଏହି ପୋଖରୀ ମଧ୍ୟରେ ନର୍ଦ୍ଧମା ମୁହାଣ କରାଯାଇଥିବା ଯୋଗୁଁ ଏହି ଅପରିଷ୍କାର ପାଣି ପୋଖରୀ କୁ ନିଷ୍କାସିତ ହେଉଛି ଯାହା ଦ୍ଵାରା ସାରା ଅଞ୍ଚଳରେ ପ୍ରାୟ ଏକ ସପ୍ତାହ ହେବ ଅପରିଷ୍କାର ପାଣି ଦୁର୍ଗନ୍ଧ କୁ ନେଇ ଏହି ରାସ୍ତା ଦେଇ ଯିବ ଆସିବା ପାଇଁ ସାଧାରଣ ଲୋକେ ପସନ୍ଦ କରୁନାହାଁନ୍ତି ଓ ଏହିପରି ଦୁର୍ଗନ୍ଧ ଯୋଗୁଁ ଅଞ୍ଚଳ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଏହି ଅପରିଷ୍କାର ପାଣି ନର୍ଦ୍ଧମା ରେ ଯାଇ ଯେଉଁ ପ୍ରକାରର ଦୁର୍ଗନ୍ଧ ର ବାତାବରଣ ସୃଷ୍ଟି ହେଉଛି ତାହା ଦ୍ଵାରା ଅଞ୍ଚଳରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି ବୋଲି ଅଭିଯୋଗ ଆଣିଛନ୍ତି। ଏହି ବିଷୟରେ ପାରଳାଖେମୁଣ୍ଡି ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅବଗତ କରାଇବା ବେଳେ ସେ ଏହି ବିଷୟରେ ଜାଣିନଥିବା କହିଛନ୍ତି ବୋଲି ସୂଚାଇ ଥିଲେ। ଏ ଅଞ୍ଚଳରେ ବସ ବାସ କରୁଥିବା ବାସିନ୍ଦା ମାନେ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ବିଭାଗୀୟ ଅଧିକାରୀ ଯଦି ଏହି ସମସ୍ୟାର ସମାଧାନ ନ କରନ୍ତି ତେବେ ଏ ଅଞ୍ଚଳରେ କୌଣସି ପ୍ରକାର ସଂକ୍ରମଣ ରୋଗ ସୃଷ୍ଟି ହୁଏ ସେଥିପାଇଁ ବିଭାଗୀୟ ଅଧିକାରୀ ହିଁ ଦାୟୀ ରହିବେ ବୋଲି ଏଠାକାର ଜନସାଧାରଣ ଚେତାଇ ଦେଇଛନ୍ତି।