July 6, 2026

ବଜରଙ୍ଗ ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ 

IMG-20260706-WA0061
Share

ବୁଗୁଡା : ତା ୦୬/୦୭/୨୬ : ଘୁମୁସର ସାଂଗଠନିକ ଜିଲ୍ଲା ବୁଗୁଡ଼ା ପ୍ରଖଣ୍ଡ ବଜରଙ୍ଗ ଦଳ ପକ୍ଷରୁ ସେବା ସପ୍ତାହ ପାଳନ ଅବସରରେ ସୋମବାର ଦିନ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟଗଣ ଶିଶୁ ମନ୍ଦିର ହତା ମଧ୍ୟରେ ବୃକ୍ଷ ରୋପଣ ସାଙ୍ଗକୁ ରାସ୍ତାରେ ଯାତାୟାତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ଚାରା ବଣ୍ଟନ କରିଥିଲେ। ତେବେ ବଜରଙ୍ଗ ଦଳ ପକ୍ଷରୁ ଏହି ସେବା ସପ୍ତାହ ପାଳନର ଅନ୍ଯ ଦିନଗୁଡ଼ିକରେ ମଠ, ମନ୍ଦିର ଓ ଶ୍ମଶାନଘାଟ ସଫେଇ, ସ୍ବେଚ୍ଛାକୃତ ରକ୍ତଦାନ ଏବଂ ଚକ୍ଷୁ ଚିକିତ୍ସା ଶିବିର ଆଦି କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।